April 12, 2026
Home » ବିବାହ ବାର୍ଷିକୀ ଅବସରରେ ଜଳଛତ୍ର ଶୁଭାରମ୍ଭ

ବିବାହ ବାର୍ଷିକୀ ଅବସରରେ ଜଳଛତ୍ର ଶୁଭାରମ୍ଭ

0
WhatsApp Image 2026-03-14 at 1.22.38 PM

ବ୍ରହ୍ମପୁର, ଦଳପତି ମହାସଭା କେନ୍ଦ୍ରୀୟ କମିଟି ସମ୍ପାଦକ ତଥା ଚାରିଟେବୁଲ ଟ୍ରଷ୍ଟର ପରିଚାଳକ ରବି ସାହାଣୀଙ୍କ ବିବାହ ବାର୍ଷିକୀ ଅବସରରେ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ବନ୍ଥପଲ୍ଲୀ ଗ୍ରାମ ନିକଟସ୍ଥ ସିରିୟାପୁର ଗ୍ରାମରେ ଗ୍ରୀଷ୍ମ ଋତୁକୁ ଦୃଷ୍ଟିରେ ରଖି ଯାତାୟାତ କରୁଥିବା ଲୋକମାନଙ୍କ ତୃଷ୍ଣା ନିବାରଣ ପାଇଁ ଏକ ଜଳଛତ୍ରର ଶୁଭାରମ୍ଭ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ଦଳପତି ମହାସଭା କେନ୍ଦ୍ରୀୟ କମିଟିର ଉପଦେଷ୍ଟା ଶ୍ରୀ ନିରଞ୍ଜନ ଜେନା, ସଂଗଠନ ସମ୍ପାଦକ ଶ୍ରୀ କୁନା କୁମାର ବିଷୋୟୀ, ଶ୍ରୀ କମଳ କୁମାର ପାତ୍ର, ଉପସଭାପତି ଶ୍ରୀ ସନ୍ତୋଷ କୁମାର ମହାନ୍ତି, ଶ୍ରୀ ହରେକୃଷ୍ଣ କୋଠିଆ, ସବୁଜ ବାହିନୀର ଶ୍ରୀ ଶିବରାମ, ଆଞ୍ଚଳିକ ବିକାଶ ପରିଷଦର ପ୍ରତିଷ୍ଠାତା ଶ୍ରୀ ସାଗର କୁମାର ପାତ୍ର, କାନ୍ହା ଚାରିଟେବୁଲ ଟ୍ରଷ୍ଟର ପ୍ରତିଷ୍ଠାତ୍ରୀ ଶ୍ରୀମତୀ ରଞ୍ଜନା ମିଶ୍ର, ସ୍ନେକ ହେଲ୍ପଲାଇନ ସଦସ୍ୟ ତଥା ସାମ୍ବାଦିକ ଶ୍ରୀ ସ୍ୱାଧୀନ ସାହୁ, ଶ୍ରୀ ବନମାଳୀ ପ୍ରଧାନ, ଶ୍ରୀ ପ୍ରକାଶ କୁମାର, ଶ୍ରୀ ଗଣେଶ୍ୱର ପାଣିଗ୍ରାହୀ, ଶ୍ରୀ ପି. ବିନୋଦ ସହ ବହୁ ସଂଖ୍ୟକ ସମାଜସେବୀ ଯୋଗଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ପ୍ରଥମେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପଟଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରା ଜିବା ପରେ ଟ୍ରଷ୍ଟର ପ୍ରତିଷ୍ଠାତା ସ୍ୱର୍ଗତ ସୀମାଦ୍ରୀ ସାହାଣୀଙ୍କ ପଟ୍ଟଚିତ୍ରରେ ପୁଷ୍ପାର୍ଚ୍ଚନା କରାଯାଇଥିଲା। ଉପସ୍ଥିତ ସଭ୍ୟମାନେ ଉଭୟ ଦମ୍ପତିଙ୍କୁ ବିବାହ ବାର୍ଷିକୀ ଅବସରରେ ଦୀର୍ଘାୟୁ ଓ ସୁସ୍ଥ ଜୀବନ ପାଇଁ ଶୁଭେଚ୍ଛା ଜଣାଇବା ସହ ଏହି ନିଃସ୍ଵାର୍ଥ ଜଳସେବା କାର୍ଯ୍ୟ ପାଇଁ ଶୁଭେଚ୍ଛା ଓ ଧନ୍ୟବାଦ ଜଣାଇଥିଲେ।

 

brahmpur epa ru narasingh dakua nka report epa news

Leave a Reply

Your email address will not be published. Required fields are marked *