ବିଭିନ୍ନ ଦାବି ନେଇ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ବନ୍ଦ ପାଳନ
ସୁବର୍ଣ୍ଣପୁର: ଧାନ ବିକ୍ରିରେ ଅଚଳାବସ୍ଥା,ଟୋକନ ନ ମିଳିବା,ଧାନ ନ ଉଠିବା,କଟଣି ଛଟଣୀ,ପ୍ରଦୂଷଣ ନାଁରେ ସାଧାରଣ ଲୋକଙ୍କ ଠାରୁ ଜୋରିମାନା ଆଦାୟ,ସ୍ମାର୍ଟ ମିଟର ଲଗାଇ ବିଦ୍ୟୁତ୍ ଉପଭୋକ୍ତାଙ୍କ ଠାରୁ ମୋଟା ଅଙ୍କର ବିଲ ଆଦାୟ,ଚାଷୀ ନେତା ମାନଙ୍କ ଉପରେ ଆକ୍ରମଣ ଆଦି ପ୍ରତିବାଦରେ ନବ ନିର୍ମାଣ କୃଷକ ସଂଗଠନ ତରଫରୁ ରାଜ୍ୟ ବ୍ୟାପୀ ଦିଆଯାଇଥିବା ବନ୍ଦ ଡାକରା ସୁବର୍ଣ୍ଣପୁର ଜିଲ୍ଲା ର ବିଭିନ୍ନ ଅଞ୍ଚଳ ରେ ବନ୍ଦ ର ପ୍ରଭାବ ଦେଖିବାକୁ ମିଳିଛି l ଏହି ବନ୍ଦ କୁ ସମର୍ଥନ କରିଛନ୍ତି ବିଭିନ୍ନ ସଂଗଠନ ଓ ରାଜନୈତିକ ଦଳ l ଜିଲ୍ଲା ର ସୋନପୁର, ତରଭା,ବିନିକା, ଡୁଙ୍ଗୁରିପାଲି, ଉଲୁଣ୍ଡା ଓ ବୀରମହାରାଜପୁର ଅଞ୍ଚଳରେ ବନ୍ଦ ର ପ୍ରଭାବ ଦେଖିବାକୁ ମିଳିଥିଲା ସରକାରୀ, ବେସରକାରୀ କାର୍ଯ୍ୟାଳୟ, ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନ ଏହି ବନ୍ଦ ଯୋଗୁଁ ବନ୍ଦ ରହିଥିଲା।

ସକାଳ ୬ଟା ରୁ ଦିନ ୨ଟା ପର୍ଯ୍ୟନ୍ତ ଏହି ବନ୍ଦ ଯୋଗୁଁ ରାସ୍ତାରେ ଅଖ,ଚକ ପୁରାପୁରି ଠପ ହୋଇ ପଡ଼ିଥିଲା l ମୁଖ୍ୟ ରାସ୍ତାର ବିଭିନ୍ନ ସ୍ଥାନରେ ଯାନବାହାନ ଅଟକି ରହିଥିଲା ।କୃଷକ ସଂଗଠନର ବନ୍ଦ ଡାକରାକୁ ସମର୍ଥନ ଜଣାଇ କଂଗ୍ରେସ କର୍ମୀ ମାନେ ସାମିଲ ହୋଇ ଜିଲ୍ଲା ର ବିଭିନ୍ନ ସହରର ପ୍ରମୁଖ ଛକ ମାନଙ୍କରେ ନାରାବାଜି ଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସ୍ୱତଃ ପ୍ରବୃତ୍ତ ଭାବେ ଲୋକେ ନିଜର ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରଖି ବନ୍ଦ ଡାକରାକୁ ସମର୍ଥନ ଦେଇଥିବା ଦେଖିବାକୁ ମିଳିଥିଲା।

କେବଳ ଜରୁରୀ କାଳୀନ ସେବାରେ ନିୟୋଜିତ ଯାନବାହାନ ଚଳାଚଳ କରୁଥିବା ବେଳେ ବାକି ଯାନବାହାନ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା ସେହିପରି ବିବାହ,ବ୍ରତ ଆଦି ଥିବାରୁ ବିକ୍ଷୋଭ କାରୀ ଉକ୍ତ ଗାଡିଗୁଡିକ ସମ୍ମାନ ସହ ଛାଡ଼ିଦେଇଥିବା ଦେଖିବାକୁ ମିଳିଥିଲା।ତେବେ ମୋଟାମୋଟି ଭାବରେ ଜିଲ୍ଲା ର ବିଭିନ୍ନ ଅଞ୍ଚଳର ବିଭିନ୍ନ ଗ୍ରାମରେ ମଧ୍ୟ ଏହି ବନ୍ଦର ପ୍ରଭାବ ପଡ଼ିଥିଲା ଯାହାକି ସୁବର୍ଣ୍ଣପୁର ଜିଲ୍ଲା କୁ ବିଭିନ୍ନ ରାସ୍ତା ଅଂଚଳ ରୁ ସଂଯୋଗ କରୁଥିବା ବୀରମହାରାଜପୁର, ବଲାଙ୍ଗୀର, ଗୋଡ଼ଭଗା,ରାମପୁର, ଓ ପଡୋଶୀ ଜିଲ୍ଲା ବୌଦ୍ଧ ମନମୁଣ୍ଡା ଆଦି ରାସ୍ତା ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
