October 16, 2024
Home » ବିଭିନ୍ନ ପଞ୍ଚାୟତ ରେ ସାମାଜିକ ସମୀକ୍ଷା ଅନୁଷ୍ଠିତ

ବିଭିନ୍ନ ପଞ୍ଚାୟତ ରେ ସାମାଜିକ ସମୀକ୍ଷା ଅନୁଷ୍ଠିତ

0

 

ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଓଡିଶା ରାଜ୍ୟ ସାମାଜିକ ସମୀକ୍ଷା, ଉତ୍ତରଦାୟିତ୍ୱ ଓ ସ୍ୱଛତା ସମିତି ତରଫରୁ ଆଜି ପ୍ରଥମ ପର୍ଯ୍ୟାୟ ରେ ଉଲୁଣ୍ଡା ବ୍ଲକ କୋଟସମଲେଇ, କାଦଦୋର,ଯାଲୋଇ ଗ୍ରାମ ପଂଚାୟତ ରେ ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ରେ ଗତ ଛଅ ମାସ ରେ ହୋଇଥିବା ପ୍ରକଳ୍ପ ର ସାମାଜିକ ସମୀକ୍ଷା ଅନୁଷ୍ଠିତ ହୋଇଯାଇଛି l ଗ୍ରାମ ପଂଚାୟତ ତଥା ଉଦ୍ୟାନ ବିଭାଗ, ବନ ବିଭାଗ ତରଫରୁ ହାତକୁ ନିଆଯାଇଥିବା ପ୍ରକଳ୍ପ ଗୁଡିକ ର କାର୍ଯ୍ୟସ୍ଥଳ ପରିଦର୍ଶନ ସହ ନଥିପତ୍ର ଯାଞ୍ଚ କରାଯାଇଥିଲା l ଏଥିରେ ଗ୍ରାମ ସ୍ତରରେ କାର୍ଯ୍ୟରତ ଗ୍ରାମ ସମ୍ବଳ କର୍ମୀ (ଭି ଆର ପି )ସାତ ଦିନ ପର୍ଯ୍ୟନ୍ତ ବିଭିନ୍ନ ଗ୍ରାମ କୁ ଯାଇ ଅଣକୁଶଳୀ ଶ୍ରମିକ ମାନଙ୍କୁ ଭେଟିବା ସହ ବିଭିନ୍ନ ପ୍ରକାର ଅଭିଯୋଗ ସଂଗ୍ରହ କରିଥିଲ l ଆଜି ଗ୍ରାମସଭା ବୈଠକ ରେ ତାହା ଉପସ୍ଥାପନା କରିଥିଲେ l କୋଟସମଲେଇ ପଂଚାୟତ ରେ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରବଣ କମ୍ପ, କାଦୋଦର ପଂଚାୟତ ରେ କାର୍ଯ୍ୟନିର୍ବାହୀ ଅଧିକାରୀ ସୁଜିତ ବେହେରା,ଗ୍ରାମ ରୋଜଗାର ସେବକ, ସରପଞ୍ଚ, ଅଣକୁଶଳୀ ଶ୍ରମିକ ମାନେ ଯୋଗ ଦେଇଥିଲେ l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *