July 2, 2025
Home » ବିରୁ ସାହୁଙ୍କ ଅକାଳ ବିୟୋଗ: ଇପିଏ ପରିବାରର ଶୋକ ପ୍ରକଟ

ବିରୁ ସାହୁଙ୍କ ଅକାଳ ବିୟୋଗ: ଇପିଏ ପରିବାରର ଶୋକ ପ୍ରକଟ

0
WhatsApp Image 2025-06-23 at 11.32.50 AM

ଭୁବନେଶ୍ୱର: ଇପିଏ ପରିବାରର ଯୁବ ସଦସ୍ୟ ବିରୁ ସାହୁଙ୍କ ଅକାଳ ବିୟୋଗ ଘଟିଛି। ଆଜି ସକାଳୁ ତାଙ୍କର ହୃଦଘାତରେ ପରଲୋକ ହୋଇଯାଇଛି। ଏହି ଖବର ଜାଣିବା ପରେ ଶୋକରଛାୟା ଖେଳିଯାଇଛି। ତାଙ୍କର ମୃତ୍ୟୁବେଳକୁ ୪୧ ବର୍ଷ ବୟସ ହୋଇଥିଲା। ସେ ଅସୁସ୍ଥ ହୋଇପଡିବାରୁ ତୁରନ୍ତ ତାଙ୍କୁ ଏମ୍‌ସ କୁ ନିଆଯାଇଥିଲା। ମାତ୍ର ଡାକ୍ତରମାନେ ମୃତ ଘୋଷଣା କରିଥିଲେ। ସ୍ୱର୍ଗତ ସାହୁ ଇପିଏ ସଂସ୍ଥାର ହିସାବ ରକ୍ଷକ ଭାବେ କାର୍ଯ୍ୟ ଆରମ୍ଭ କରିବା ପରେ ଫଟୋ ସାମ୍ବାଦିକତାକୁ ଆପଣାଇଥିଲେ। ସେ ମଧ୍ୟ ରାଜଧାନୀର ଫଟୋ ସାମ୍ବାଦିକମାନଙ୍କ ମଧ୍ୟରେ ପ୍ରିୟପାତ୍ର ଥିଲେ। ଜଣେ ମେଳାପି, ଶାନ୍ତ ସ୍ୱଭାବର ଥିଲେ। ପ୍ରାୟ ଦଶବର୍ଷ କାଳ ସେ ଇପିଏ ସଂସ୍ଥା ସହ ଜଡିତ ଥିଲେ। ତାଙ୍କର ଶବ ବ୍ୟବଛେଦ ପରେ ପୁରୀ ସ୍ୱର୍ଗଦ୍ୱାରରେ ଅନ୍ତିମ ସଂସ୍କାର କରାଯାଇଛି। ସ୍ୱର୍ଗତ ସାହୁଙ୍କ ପତ୍ନୀ ନବ ବିବାହିତା ବିନ୍ଦୁ ଙ୍କ ସମେତ ବାପ, ମା, ତିନି ଭଉଣୀ ଓ ଭିଣୋଇ ଙ୍କ ସମେତ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ। ସେ ତାଙ୍କ ପରିବାର ଏକମାତ୍ର ପୁତ୍ର ଥିଲେ।
ତାଙ୍କର ମୃତ୍ୟୁ ଖବର ଇପିଏ ପରିବାରକୁ ମର୍ମାହତ କରିଛିି। ଇପିଏର ମୁଖ୍ୟ ତଥା ସମ୍ପାଦକ ଶ୍ରୀମତୀ ଅଞ୍ଜଳି ମିଶ୍ର ଗଭିର ଶୋକ ପ୍ରକଟ କରିବା ସହିତ ତାଙ୍କ ପରିବାରକୁ ସମବେଦନା ଜ୍ଞାପନ କରି ଆତ୍ମାର ସଦ୍‌ଗତି କାମନା କରିଛନ୍ତି।

estern press agency

Leave a Reply

Your email address will not be published. Required fields are marked *