March 12, 2025
Home » ବିରୋଧୀ ବିଜେଡ଼ି ଓ ବିଜେପି ନେତ୍ତୃବର୍ଗ ଙ୍କ ବଡ଼ମାଧପୁର ଗସ୍ତ କୁ ନେଇ ବିଜେପି ଦଳକୁ ହଟଚମ୍ପଟ ସୃଷ୍ଟି କରିଛି !

ବିରୋଧୀ ବିଜେଡ଼ି ଓ ବିଜେପି ନେତ୍ତୃବର୍ଗ ଙ୍କ ବଡ଼ମାଧପୁର ଗସ୍ତ କୁ ନେଇ ବିଜେପି ଦଳକୁ ହଟଚମ୍ପଟ ସୃଷ୍ଟି କରିଛି !

0

ଚାଷୀ ଆତ୍ମହତ୍ୟା କରିଥିବା ଛତ୍ରପୁର ବ୍ଳକ୍ ଅନ୍ତର୍ଗତ ବଡ଼ମାଧପୁର ଗ୍ରାମ ପଞ୍ଚାୟତର ବରଙ୍ଗ ଗ୍ରାମର ବନମାଳୀ ପେଣ୍ଠେଇ (୬୪) ଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇବା ନିମନ୍ତେ ମୃତକ ଙ୍କ ଘରକୁ ଭେଟିବା ପାଇଁ ବିଭିନ୍ନ ରାଜନୈତିକ ଦଳର ନେତ୍ତୃବର୍ଗ ଙ୍କ ସୁଅ ଛୁଟିଛି । ଶୁକ୍ରବାର ଉକ୍ତ ଗ୍ରାମକୁ ଦଳୀୟ ବିଜେଡ଼ି ନେତା ପୂର୍ବତନ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ପୂର୍ବତନ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଛତ୍ରପୁର ପୂର୍ବତନ ବିଧାୟକ ସୁବାଷ ଚନ୍ଦ୍ର ବେହେରା, ଭୃଗୁ ବକ୍ସିପାତ୍ର, ଶଙ୍କର ଦାଶ, ଟି.ଚନ୍ଦ୍ର ଶେଖର ରାଓ ପ୍ରମୁଖ ଗଞ୍ଜାମ ଜିଲ୍ଲାର ବହୁ ପୁରୁଖା ନେତ୍ତୃବର୍ଗ ଙ୍କ ସମାଗମ ହୋଇଥିବା ର ଦେଖାଯାଇଥିଲା ।


ଅନ୍ୟପକ୍ଷେ ଶାସକ ଦଳର ନେତା, ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ତଥା ଦଳୀୟ ଶାସକ ବିଜେପି ନେତା କର୍ମୀ ତଥା ନେତ୍ତୃବର୍ଗ ଙ୍କ ଉକ୍ତ ଗାଁ କୁ ଆସି ମୃତକ ଙ୍କ ଘର ଲୋକଙ୍କୁ ଭେଟି ଅନୁକମ୍ପା ମୂଳକ ସହାୟତା ପ୍ରଦାନ କରିବା ର ଦେଖାଯାଇ ଥିବାବେଳେ ଏହି ଦୁଇ ଦଳର ଏକ ପ୍ରତିଯୋଗିତା ସ୍ୱରୂପ ଦଳୀୟ ନେତା ଙ୍କ ନିଆରା ଭୂମିକା ପ୍ରଦର୍ଶନ ହେଉଥିବା ସ୍ପଷ୍ଟ କରେ । ଏହା ଏକ ବିଜେପି ଓ ବିଜେଡ଼ି ଦଳୀୟ ନେତା ଙ୍କ ମଧ୍ୟରେ ପ୍ରତିଯୋଗିତା ର ଉଷ୍ମତା ସହ ଏକ ଭିନ୍ନ ରାଜନୀତିକ ଆଲୋଡନ ସୃଷ୍ଟି କରିଛି । ଯାହାକି ବିରୋଧୀ ବିଜେଡ଼ି ଦଳୀୟ ନେତା କର୍ମୀ ମାନଙ୍କ ଗହଳ ଚହଳ ଦେଖାଯାଉଛି, ଏବଂ ସରକାରଙ୍କ ବିରୁଦ୍ଧରେ ସ୍ବର ଉଠାଇ ଚାଷୀ ଙ୍କୁ କ୍ଷତି ପୂରଣ ଦାବୀ କରିବା ଆଦି ଶାସକ ବିଜେପିଦଳ କୁ ଏଵଂ ଗଞ୍ଜାମ ଜିଲ୍ଲା ପ୍ରଶାସନକୁ ମୁଣ୍ଡ ବ୍ୟଥା କରିଦେଇଛି । ବିରୋଧୀ ବିଜେଡ଼ି ପକ୍ଷରୁ ଏହି ଗାଆଁ କୁ ଆସିବା ଗଞ୍ଜାମ ଜିଲ୍ଲାର ଅନ୍ୟନ୍ୟା ଅଞ୍ଚଳ ଗସ୍ତ କରି ବିଭିନ୍ନ ଵିଲ,ପଦରମାଳରେ ଅବସ୍ଥିତି ସଂପର୍କରେ ଅନୁଧ୍ୟାନ କରିବା,ବୁଲି ଦେଖିବା, ଫସଲ କ୍ଷୟକ୍ଷତି ର ଆକଳନ କରିବା , ତାହା ପୁଣି ପ୍ରଶାସନକୁ ଦୋହରାଇ ଦେଉଛି । ଏହା ଯେ’ ମଧ୍ୟ ଶାସକ ବିଜେପି ପାଇଁ ଏକ ଚ୍ୟାଲେଞ୍ଜ କରିଛି, ଆଉ ଗଞ୍ଜାମ ବିଜେପି ଦଳକୁ ହଟଚମ୍ପଟ ସୃଷ୍ଟି କରିଥିବା ପରି ଦୃଶ୍ୟମାନ ହୁଏ

chatrpur epa ru muna behera nka report

Leave a Reply

Your email address will not be published. Required fields are marked *