July 2, 2025
Home » ବିଶିଷ୍ଟ ବାମପନ୍ଥୀ ନେତା ଅଜୟ ରାଉତଙ୍କ ୮୩ ତମ ଜୟନ୍ତୀ

ବିଶିଷ୍ଟ ବାମପନ୍ଥୀ ନେତା ଅଜୟ ରାଉତଙ୍କ ୮୩ ତମ ଜୟନ୍ତୀ

0
WhatsApp Image 2025-03-18 at 6.21.52 PM

ଭୁବନେଶ୍ୱର: ବିଶିଷ୍ଟ ବାମପନ୍ଥୀ ନେତା କମ୍ରେଡ ଅଜୟ ରାଉତଙ୍କ ୮୩ ତମ ଜନ୍ମଜୟନ୍ତୀ ମାଷ୍ଟର କ୍ୟାଣ୍ଟିନ ସ୍ଥିତ ରାଜ୍ୟ କାର୍ଯ୍ୟାଳୟରେ ପାଳିତ ହୋଇଥିଲା। ନିରାଡମ୍ବର ଭାବେ ଏହି ଜୟନ୍ତୀ ଦିବସରେ ତାଙ୍କର ବହୁ ଶୁଭାକାଂକ୍ଷୀ ଯୋଗ ଦେଇ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ ରାଜ୍ୟର ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ଓ ପର୍ଯ୍ୟାଲୋଚନା କରିଥିଲେ। ଯୁବ ସମାଜସେବୀ ମାନସ ଜେନାଙ୍କ ଅଧ୍ୟକ୍ଷତାରେ ସ୍ତମ୍ବକାର ନଟବର ଖୁଣ୍ଟିଆ, ରାଜ୍ୟ କର୍ମଚାରୀ ସଂଘ ନେତା ନଳୀନ ପତି, ବଂଶୀଧର ପରିଡା, ସାମ୍ବାଦିକ ଦେବୁ ପଟ୍ଟନାୟକ, ଆଶିଷ ବାବୁ ପ୍ରମୁଖ ତାଙ୍କୁ ଉତ୍ତରୀୟ ଓ ଫୁଲତୋଡା ଦେଇ ତାଙ୍କର ନିରାମୟ ଦୀର୍ଘଜୀବନ କାମନା କରିଥିଲେ।

Leave a Reply

Your email address will not be published. Required fields are marked *