February 3, 2026
Home » ବିଶିଷ୍ଟ ସାହିତ୍ୟିକ ଡଃ ଶ୍ରୀରାମ ଚନ୍ଦ୍ର ଦାଶ ଙ୍କ ଜୟନ୍ତୀ ପାଳିତ

ବିଶିଷ୍ଟ ସାହିତ୍ୟିକ ଡଃ ଶ୍ରୀରାମ ଚନ୍ଦ୍ର ଦାଶ ଙ୍କ ଜୟନ୍ତୀ ପାଳିତ

0
WhatsApp Image 2024-11-18 at 5.29.35 PM

ଜଗତସିଂହପୁର /ତିର୍ତୋଲ ୧୭/.୧୧ ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶିଷ୍ଟ ସାହିତ୍ୟିକ , ଗାଳ୍ପିକ, ସୁବକ୍ତା ଡଃ ଶ୍ରୀରାମ ଚନ୍ଦ୍ର ଦାଶ ଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି।ଏହି ଅବସରରେ କଲେଜ୍ ଛକ ଠାରେ ଥିବା ତାଙ୍କ ପ୍ରତିମୂର୍ତ୍ତି ରେ ଉପ ଜିଲ୍ଲାପାଳ ଶ୍ରୀ ପ୍ରଶାନ୍ତ କୁମାର ତରାଇ ପୁଷ୍ପମାଲ୍ୟ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଡଃ ଦାଶ ଓଡିଆ ଓ ଇଂରାଜୀ ଭାଷା ରେ ଅନେକ ଗଳ୍ପ, ଉପନ୍ୟାସ, କବିତା , ଜୀବନୀ ଆଦି ରଚନା କରିଛନ୍ତି। ନିଜର ପୁସ୍ତକ ‘ୟୁରୋପ ରେ ମୋର ଅନୁଭୂତି’ ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେ଼ମୀ ପୁରସ୍କାର ରେ ସମ୍ମାନିତ ହୋଇଛନ୍ତି।ଆଜି ତାଙ୍କର ପବିତ୍ର ଜନ୍ମ ତିଥି ରେ ପୌରପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂହ, ଉପାଧ୍ୟକ୍ଷ ଶ୍ରୀ ରାଜେନ୍ଦ୍ର କୁମାର ବିଶୋଇ, ଦୀପକ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ସେହି ମହାନ ଆତ୍ମା ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ।

ଶ୍ରୀବତ୍ସ ପାଢ଼ୀ, ଇପିଏ ନିୟୁଜୁ,

Leave a Reply

Your email address will not be published. Required fields are marked *