ବିଶ୍ଵ ଜଳବାୟୁ ସମ୍ମିଳନୀ ରେ ବୌଦ୍ଧ ର ପରିବେଶବିତ୍ ପୁରସ୍କୃତ

ନେପାଳ ର କାଠମାଣ୍ଡୁ ଠାରେ “ଜଳବାୟୁ ପରିବର୍ତ୍ତନ ଓ ତାର ପ୍ରଭାବ” ଉପରେ ଅନୁଷ୍ଠିତ ବିଶ୍ବ ସମ୍ମିଳନୀ ରେ ଓଡ଼ିଶାର ବୌଦ୍ଧ ଜିଲ୍ଲା ରୁ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ମୂଖ୍ୟ ଅଧ୍ୟାପକ ତଥା ପରିବେଶବିତ୍ ଡ଼ଃ. ପ୍ରବୀର କୁମାର ଦାସ ଯୋଗଦେଇ ସେଠାରେ ତାଙ୍କର ଗବେଷଣା ନିବନ୍ଧ ବୌଦ୍ଧ ର ଔଷଧୀୟ ଗୁଳ୍ମ ଓ ତାର ବର୍ତ୍ତମାନର ସ୍ଥିତି ଉପରେ ଉପସ୍ଥାପନା କରିଥିଲେ l ସେଠାର ଏହା ଉଚ୍ଚ ପ୍ରଶଂସିତ ହୋଇ ସେଥିପାଇଁ ତାଙ୍କୁ ଶ୍ରେଷ୍ଠ ଗବେଷକ ଭାବେ ପୁରସ୍କୃତ କରାଯାଇଛି।
ସେପ୍ଟେମ୍ବର ଛଅ ଏବଂ ସାତ ତାରିଖରେ ପୋଖ୍ରl ବିଶ୍ଵ ବିଦ୍ୟାଳୟ ର ଅନ୍ତର୍ଗତ କେନ୍ଦ୍ରୀୟ ମହାବିଦ୍ୟାଳୟ ରେ ଅନୁଷ୍ଠିତ ଏହି ସମ୍ମିଳନୀରେ 25 ଦେଶରୁ 186 ଜଣ ଗବେଷକ, ବୈଜ୍ଞାନିକ, ସାମାଜିକ କର୍ମୀ ଯୋଗଦେଇ ଜଳବାୟୁ ପରିବର୍ତ୍ତନ ର ବିଭିନ୍ନ କାରଣ , ପ୍ରଭାବ ଏବଂ ନିରାକରଣ ଉପରେ ଆଲୋଚନା ହୋଇଥିଲା l ନେପାଳରେ ବର୍ତ୍ତମାନ ସୃଷ୍ଟି ହୋଇଥିବା ଆଇନ ଶୃଙ୍ଖଳା ପରିସ୍ଥିତିରେ ସେ ସୁରକ୍ଷିତ ଭାବରେ ବୌଦ୍ଧ ଫେରି ଆସିଛନ୍ତି। ଏହି ଆନ୍ତର୍ଜାତିକ ସମ୍ମାନ ପାଇଁ ବୌଦ୍ଧ ଜିଲ୍ଲା ତଥା ଓଡ଼ିଶାର ବୁଦ୍ଧିଜୀବୀ ମହଲରେ ଖୁସି ର ଲହରୀ ଖେଳିବା ସବୁ ମହଲ ରୁ ପ୍ରଶଂସା ମିଳିଛି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…