ବିଶ୍ଵ ପାୱାର ଲିଫ୍ଟିଙ୍ଗ ଚମ୍ପିୟନସିପ୍ ରେ ଅଂଶ ଗ୍ରହଣ କରିବା ପାଇଁ ଅର୍ଥ ସାଜିଛି ବାଧକ
ସୁବର୍ଣ୍ଣପୁର — ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବାକୁ ଥିବା ୱାର୍ଲ୍ଡ ପାୱାର ଲିପ୍ଟିଙ୍ଗ ପାଇଁ ମନୋନୀତ ହୋଇଛନ୍ତି ସୀତାରାମ୍ ନାଏକ l ହେଲେ ଅର୍ଥ ସାଜିଛି ବାଧକ lଏହି ପାୱାର ଲିପ୍ଟିଙ୍ଗ ପ୍ରତିଯୋଗିତାରେ ଭାଗ ନେଇପାରିବେ ତ ସୀତାରାମ୍ l ତାଙ୍କ ସ୍ଵପ୍ନ ପୂରଣ କରିବେ ତ ସରକାର l ରାଜ୍ୟସରକାର କିମ୍ବା ଜିଲ୍ଲା ପ୍ରଶାସନ ସହଯୋଗର ହାତ ବଢ଼ାଇବେ ତ l ଏପରି ଉଙ୍କି ମାରୁଛି ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଦିଗସିରା ଗ୍ରାମର ସୀତାରାମ ନାୟକ ଙ୍କ କ୍ଷେତ୍ରରେ l ସେ ଅନେକ୍ ଜାତୀୟ ସ୍ତରରେ କୃତି ହାସଲ କରିଆସୁଛନ୍ତି l ଗତ କିଛି ଦିନ ତଳେ ମଧ୍ୟପ୍ରଦେଶ ର ଉଜ୍ଜୟିନୀ ଠାରେ ଅନୁଷ୍ଠିତ ଜାତୀୟ ପାୱାର ଲିଫ୍ଟିଙ୍ଗ ସ୍ତରରେ ସ୍ଵର୍ଣ୍ଣ ହାସଲ କରିଛନ୍ତି l
ସେ ଜଣେ ଗରିବ ପରିବାର ରୁ ଆସିଛନ୍ତି l ବର୍ତ୍ତମାନ ସୀତାରାମ୍ ଅଷ୍ଟ୍ରେଲିଆ ଆନ୍ତର୍ଜାତୀୟ ପାୱାର ଲିଫ୍ଟିଙ୍ଗ ପାଇଁ ମନୋନୀତ ହୋଇଛନ୍ତି। ହେଲେ ଅଷ୍ଟ୍ରେଲିଆ ଯିବାକୁ ହେଲେ ପ୍ରବେଶିକା ଫିଜ ବାବଦ କୁ ଦୁଇ ଲକ୍ଷ ଷାଠିଏ ହଜାର ଟଙ୍କା ଦେବାକୁ ପଡ଼ିବ l ଯଦି ଓଡ଼ିଶା କ୍ରୀଡା ସଂଘ୍ ତରଫରୁ ଓ ଓଡ଼ିଶା ସରକାରଙ୍କ ତରଫରୁ କିଛି ଆର୍ଥିକ ସୁବିଧା ମିଳିପାରିବ ଦେଶ ପାଇଁ ରାଜ୍ୟ ପାଇଁ କିଛି କରିକି ଗୋଲ୍ଡ ମେଡ଼ାଲ ହାସଲ କରି ଭାରତ ପାଇଁ ଗୌରବ ଆଣି ପାରନ୍ତେ ବୋଲି ସେ କହିଛନ୍ତି l
ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର