March 8, 2026
Home » ବିଶ୍ଵ ମହିଳା ଦିବସ ଉପଲକ୍ଷେ ଜରାୟୁ କର୍କଟ ରୋଗ ସଚେତନତା

ବିଶ୍ଵ ମହିଳା ଦିବସ ଉପଲକ୍ଷେ ଜରାୟୁ କର୍କଟ ରୋଗ ସଚେତନତା

0
WhatsApp Image 2026-03-08 at 1.57.19 PM

 

କଳାହାଣ୍ଡି : ବିଶ୍ଵ ମହିଳା ଦିବସ ପାଳନ ଅବସରରେ ଏସବିଆଇ ଏବଂ ରାମକି ଫାଉଣ୍ଡେସନ ପକ୍ଷରୁ କେସିଙ୍ଗା ଏନ୍ ଏ ସି ର ବୋରିଙ୍ଗପଦର ସ୍ଥିତ ପଲକାପଡ଼ା ଠାରେ କେସିଙ୍ଗା ମେଡିକାଲ ର ପ୍ରଭାତୀ ଡାକ୍ତର ରବୀନ୍ଦ୍ର ନାଥ ଖଟୁଆ ଙ୍କ ତତ୍ତ୍ଵାବଧାନରେ ମହିଳା ମାନଙ୍କ ମଧ୍ୟରେ ହେଉଥିବା ଜରାୟୁ କର୍କଟ ରୋଗ ସଂକ୍ରାନ୍ତରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା।

କରାଯାଇ ଜରାୟୁ କର୍କଟ ରୋଗରୁ କିପରି ରକ୍ଷା ମିଳିବ କଣ କଣ ଲକ୍ଷଣ ଦେଖାଗଲେ ଉକ୍ତ ରୋଗ ହୋଇଛି ବୋଲି ଜାଣିହବ ଓ ତାହାର ଉଚିତ୍ ପ୍ରତିକାର ବିଷୟରେ ଉପସ୍ଥିତ ଡାକ୍ତର ମହିଳା ମାନଙ୍କୁ ଅବଗତ କରାଇଥିଲେ।ବୈଜ୍ଞାନିକ ମାନଙ୍କ ଦ୍ଵାରା ଜରାୟୁ କର୍କଟ ପାଇଁ ଆବିଷ୍କାର କରାଯାଇଥିବା ଏଚପିଭି ଟୀକାକରଣ ଯାହା ଚଳିତ ମାସ ୩ ତାରିଖ ରୁ ଆରମ୍ଭ କରାଯାଇଛି ତାହା ଜରାୟୁ କର୍କଟ ରୋଗ ପାଇଁ କେତେ ଆବଶ୍ୟକ ସେହି ବିଷୟ ରେ ଉପସ୍ଥିତ ମହିଳା ମାନଙ୍କୁ ଡାକ୍ତର ଅବଗତ କରାଇଥିଲେ।

ଉକ୍ତ ସଚେତନତା କାର୍ଯ୍ୟକ୍ରମରେ ଶତାଧିକ ମହିଳା ଯୋଗଦାନ କରି ଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଫାଉଣ୍ଡେସନ ର ଫାର୍ମାସିଷ୍ଟ ଜ୍ୟୋସ୍ନା ରାଣୀ ବେହେରା, ନର୍ସିଂ ଷ୍ଟାଫ ପଙ୍କଜିନି ରଣା, ଏଲ.ଟି ନିତୁ ନାୟକ, ନିରଞ୍ଜନ ହାତୀ, ସୁଦେନା କୈବର୍ତ୍ତ, ବନିତା ବିଶି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Leave a Reply

Your email address will not be published. Required fields are marked *