February 9, 2026
Home » ବିଶ୍ୱର ସର୍ବବୃହତ ବିଶାଳକାୟ ଶାନ୍ତ କ୍ଲୁଜ

ବିଶ୍ୱର ସର୍ବବୃହତ ବିଶାଳକାୟ ଶାନ୍ତ କ୍ଲୁଜ

0
Screenshot 2025-12-25 135543

ପୁରୀର ସ୍ବର୍ଣ୍ଣାଭ ବେଳାଭୂମିରେ ବାଲିରେ ନିର୍ମିତ ହୋଇଅଛି ବିଶ୍ୱର ସର୍ବବୃହତ ବିଶାଳକାୟ ଶାନ୍ତ କ୍ଲୁଜ। ୱାର୍ଲ୍ଡ ଗ୍ଲୋବକୁ ଶାନ୍ତ କ୍ଲୁଜ ଧାରଣ କରିଛନ୍ତି।ସମଗ୍ର ବିଶ୍ଵରେ ଶାନ୍ତି ପ୍ରତିଷ୍ଠା ପାଇଁ ଏହି ବାଲୁକାକଳା ମାଧ୍ୟମରେ ବାର୍ତ୍ତା ଦେଇଛନ୍ତି ପ୍ରଖ୍ୟାତ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ଏହି ବାଲୁକାକଳାରେ ପ୍ରାୟ ଦେଢ ଟନ୍ ଆପେଲ୍ ବ୍ୟବହାର କରିଛନ୍ତି ସୁଦର୍ଶନ।୨୨ ଫୁଟ ଉଚ୍ଚତା ବିଶିଷ୍ଟ ବିଶ୍ଵର ଏହି ସର୍ବବୃହତ ବିଶାଳକାୟ ଆପୂଲ୍ ଶାନ୍ତ କ୍ଲୁଜ ର ୪୫ ଫୁଟ ଚଉଡ଼ା ଓ ୬୦ ଫୁଟ ଲମ୍ଵା ରହିଛି। ବିଶ୍ୱ ଶାନ୍ତିର ବାର୍ତା ବହନ କରୁଛି ଏହି ବାଲିରେ ନିର୍ମିତ ଶାନ୍ତ କ୍ଲୁଜ।ଯାହାକି ବିଶ୍ୱର ସବୁଠାରୁ ବୃହତମ ଆପେଲ ଶାନ୍ତ କ୍ଲୁଜ ବାଲୁକା କଳାକୃତି। ସୁଦର୍ଶନ ସ୍ୟାଣ୍ଡଆର୍ଟ ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କ ସହ ଆନ୍ତର୍ଜାତିକ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏହି ବାଲୁକାକଳା ନିର୍ମାଣ କରିଛନ୍ତି। ଯାହାକୁ ଦେଖିବା ପାଇଁ ପର୍ଯ୍ୟଟକଙ୍କ ଭିଡ଼ ଜମିଛି।ୱାର୍ଲ୍ଡ ରେକର୍ଡସ୍ ବୁକ୍ ଅଫ୍ ଇଣ୍ଡିଆରେ ଏହି କଳାକୃତିକୁ ସ୍ଥାନ ଦେବା ପାଇଁ ଆବେଦନ କରାଯାଇଛି।ଉଲ୍ଲେଖନୀୟ ଘଟଣା ହେଉଛି ଏହି ୨୨ ତମ ପୁରୀ ବେଳାଭୂମି ବାଲୁକାକଳା ଉତ୍ସବକୁ ଚା ଦୋକାନୀ ପୂର୍ଣ୍ଣଚନ୍ଦ୍ର ସାହୁ ଉଦ୍ଘାଟନ କରିଥିଲେ। ମେରୀ ଖ୍ରୀଷ୍ଟମାସ୍ ସରିବା ପରେ ଆପୂଲ୍ ଶାନ୍ତ କ୍ଲୁଜରେ ବ୍ୟବହୃତ ସେଓ ପର୍ଯ୍ୟଟକଙ୍କ ମଧ୍ୟରେ ବିତରଣ କରାଯିବ ବୋଲି କହିଛନ୍ତି ଆନ୍ତର୍ଜାତିକ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ।

ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *