ବିଶ୍ୱ ବିଶ୍ୱବିଦ୍ୟାଳୟ ତାଇକଣ୍ଡୋ ପ୍ରତିଯୋଗିତାରେ ଭାଗନେବେ ଏହେସାସ, ସୂଚନା ଦେଲା ଓଡିଶା ଉଚ୍ଚ ଶିକ୍ଷା ବିଭାଗ

ସୁବର୍ଣ୍ଣପୁର–ବିଶ୍ୱ ବିଶ୍ୱବିଦ୍ୟାଳୟ ତାଇକଣ୍ଡୋ ପ୍ରତିଯୋଗିତାରେ ଭାରତରୁ ପ୍ରତିନିଧିତ୍ୱ କରିବେ ଏହେସାସ । ଏନେଇ ସୋସିଆଲ ମିଡିଆରେ ସୂଚନା ଦେଲା ଉଚ୍ଚ ଶିକ୍ଷା ବିଭାଗ । ଗତ୫ ନଭେମ୍ବର ୧୧ ନଭେମ୍ବର ୨୦୨୪ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ସର୍ବ ଭାରତୀୟ ପ୍ରତିଯୋଗିତାରେ ଦେଶର ୨୦୭ ଗୋଟି ବିଶ୍ୱ ବିଦ୍ୟାଳୟରୁ ବିଭିନ୍ନ ବର୍ଗରେ ୧୮୦୦ ଜଣ କ୍ରୀଡାବିତ ଭାଗନେଇଥିବାବେଳେ ଏହେସାସ ସମ୍ବଲପୁର ବିଶ୍ୱ ବିିଦ୍ୟାଳୟରୁ ପ୍ରତିନିଧିତ୍ୱ କରି ସଫଳତା ପାଇଥିଲେ । ତାଇକଣ୍ଡୋର ପୁମସେ ବର୍ଗରେ ସଫଳତା ପାଇଥିବା ଏହେସାସ ଆସନ୍ତା ଜୁଲାଇ ମାସରେ ଜର୍ମାନରେ ହେବାକୁଥିବା ବିଶ୍ୱ ବିଶ୍ୱବିଦ୍ୟାଳୟ ପ୍ରତିଯୋଗିତାରେ ଭାରତରୁ ପ୍ରତିନିଧିତ୍ୱ କରିବାକୁ ଚୁଡାନ୍ତ ତାଲିକା ପ୍ରସ୍ତୁତ ହୋଇସାରିଛି । ତାଇକଣ୍ଡୋ ଇଭେଂଟରେ ପ୍ରଥମ ଓଡିଆ ଭାବେ ଏହି ପ୍ରତିଯୋଗିତାରେ ଭାଗନେବେ ଏହେସାସ । ଅସନ୍ତା ଜୁନରେ ଏକମାସ ଧରି ଅମୃତସର ଗୁରୁନାନକ ବିଶ୍ୱ ବିଦ୍ୟାଳୟରେ ଭାରତୀୟ ଟିମ ସହ ଏହେସାସ ତାଲିମ ନେବାପାଇଁ ଚିଠି ଆସିସାରିଛି । ପୁର୍ବରୁ ୨୦୧୯ ମସିହାରେ ମଧ୍ୟ ସର୍ବ ଭାରତୀୟ ତାଇକଣ୍ଡୋ ପ୍ରତିଯୋଗିତାରେ ସମ୍ବଲପୁର ବିଶ୍ୱ ବିଦ୍ୟାଳୟରୁ ପ୍ରତିନିଧିତ୍ୱ କରି ସେ ସଫଳତା ହାସଲ କରିଥିଲେ । ସେ ଅନେକ ଥର ଆନ୍ତର୍ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଦେଶ,ରାଜ୍ୟ ତଥା ସୁବର୍ଣ୍ଣପୁର ଜିଲ୍ଲା ପାଇଁ ଗର୍ବ ଏବଂ ଗୌରବ ସାଉଁଟି ସାରିଛନ୍ତି । ଏହେସାସଙ୍କ ଏହି ସଫଳତା ପରେ ସମ୍ବଲପୁର ବିଶ୍ୱ ବିଦ୍ୟାଳୟ କୁଳପତି ପ୍ରଫେସର ବିଦୁଭୂଷଣ ମିଶ୍ର, ରେଜିଷ୍ଟାର ନୃପରାଜ ସାହୁ ସ୍ପୋର୍ଶ ଡାଇରେକ୍ଟର ଅଭିନାଶ କର,ସ୍ପୋର୍ଶ କାଉନସିଲ ସେକ୍ରେଟାରୀ ଡ. ଦେବେନ୍ଦ୍ର ମହାଲିକ,ସିଡିସି ଅଧ୍ୟକ୍ଷ ଡ. ସଂଯୁକ୍ତା ଦାଶ,କୋଚ ରାମ କୁମାର ସାହୁ,ବରଗଡ ଇମ୍ପାରିଆଲ କଲେଜର ମେନେଜିଙ୍ଗ ଡାଇରେକ୍ଟର ଦୀପକ ଗୋଏଲ,ଅଧ୍ୟକ୍ଷ ଦୁର୍ଗେଶ ଶତପଥି,ରାଜ୍ୟ ତାଇକଣ୍ଡୋ ସଂଘ ସଂପାଦକ ମନମୋହନ ଭଂଜ,ଜିଲ୍ଲା କ୍ରୀଡା ଅଧିକାରୀ ଚିତ୍ତରଂଜନ ମିଶ୍ର,ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା,ସୁବର୍ଣ୍ଣପୁର ଜିଲ୍ଲା ତାଇକଣ୍ଡୋ ସଂଘ ସଭାପତି ରବୀନ୍ଦ୍ର ହୋତା ଏବଂ ଜିଲ୍ଲା ତାଇକଣ୍ଡୋ ସଂଘର ଆଇନ ପରାମର୍ଶ ଦାତା ଶେଷଦେବ ବାରିକ ପ୍ରମୁଖ ଶୁଭେଚ୍ଛା ଜଣାଇବା ସହ ଏହେସାସଙ୍କ ସଫଳତା କାମନା କରିଛନ୍ତି ।
ସୁବର୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )