October 16, 2024
Home » ବିଶ୍ୱ ଶାନ୍ତି ବିଷ୍ଣୁ ମହାଯଜ୍ଞ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ l

ବିଶ୍ୱ ଶାନ୍ତି ବିଷ୍ଣୁ ମହାଯଜ୍ଞ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ l

0

ବୌଦ୍ଧ ଜିଲ୍ଲା ସଦର ବ୍ଲକ ତାଳସରଡ଼ା ପଂଚାୟତ ଐତିହାସିକ ସିଦ୍ଧଗୁରୁ ମଠ ଡ଼ମ୍ବରୁଗଡ଼(କଂକଲା)ଠାରେ ପବିତ୍ର କାର୍ତ୍ତିକ ମାସ ପଞ୍ଚକ ପାଞ୍ଚ ଦିନ ନଭେମ୍ବର 11ଠାରୁ 15 ତାରିଖ ପର୍ଯ୍ୟନ୍ତ ବିଶ୍ୱ ଶାନ୍ତି ବିଷ୍ଣୁ ମହା ଯଜ୍ଞ ମହାସମାରୋହରେ ପାଳିତ ହେବ l ମା ଅନ୍ନପୂର୍ଣ୍ଣା, ସିଦ୍ଧଗୁରୁ ବାବା ଓ ମହନ୍ତ ଗିରିବର ଦାସଙ୍କ ଅପାର କରୁଣାରୁ ଓ ମଠର ମହନ୍ତ ସର୍ବେଶ୍ୱର ଦାସ ମହାରାଜଙ୍କ ନିର୍ଦ୍ଧେଶକ୍ରମେ ସାଧୁ ରଘୁବୀର ଦାସଙ୍କ ଉପସ୍ଥିତରେ ଯଜ୍ଞ କମିଟି ସଭାପତି ପ୍ରବକ୍ତା ଗୌରୀ ପ୍ରସାଦ ସାହୁ ସଭାପତିତ୍ୱ ଓ ମଠ ପରିଚାଳନା କମିଟି ସଭାପତି ପୟୋଧର ମହାକୁଳ, ଯଜ୍ଞ କମିଟି କାର୍ଯ୍ୟକାରୀ ସଦସ୍ୟ ଶାନ୍ତନୁ କୁମାର ଚାନ୍ଦ, ମୟସେନ ରଣା, ଶିବ କର୍ମୀ, ରବି ବେହେରାଙ୍କ ଉପସ୍ଥିତରେ ଲଷ୍ମୀପ୍ରସାଦ ପଂଚାୟତ ବାଘପାଳି ଓ ଚନ୍ଦ୍ରପୁର ତେଲିବନ୍ଧ ପଂଚାୟତର ଆନନ୍ଦପୁର ଗ୍ରାମରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ବିଶ୍ୱ ଶାନ୍ତି ଯଜ୍ଞ ନିମନ୍ତେ ଉକ୍ତ ଗ୍ରାମର ପ୍ରତ୍ବେକ ପରିବାରରୁ ତନ, ମନ, ଧନ ପୁର୍ବକ ପୂର୍ଣ୍ଣ ସହଯୋଗ କରିବା ପାଇଁ ଆୟୋଜନ କମିଟି ତରଫରୁ ଅନୁରୋଧ କରାଯାଇଥିଲା l ବିଭିନ୍ନ ଆଲୋଚନାରେ ବାଘପାଳି ,ଚନ୍ଦ୍ରପୁର ଓ ଆନନ୍ଦପୁର ଗ୍ରାମର ସଭାପତି, ସମ୍ପାଦକ ଓ ସଦସ୍ୟ ଓ ସଦସ୍ୟା ମାନେ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ l

ରିପୋର୍ଟ – ଉଗ୍ରସେନ କର୍ମୀ, ବୌଦ୍ଧ

Leave a Reply

Your email address will not be published. Required fields are marked *