October 24, 2025
Home » ବିଷାକ୍ତ ମଦ ପିଇ ଜଣେ ମୃତ

ବିଷାକ୍ତ ମଦ ପିଇ ଜଣେ ମୃତ

0
WhatsApp Image 2025-09-15 at 9.08.39 AM (1)

ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ମହଦେବପାଲି ଫାଣ୍ଡି ଅନ୍ତର୍ଗତ ତୁଲୁଣ୍ଡୁପାଲି ଗ୍ରାମରେ ଜଣେ ବ୍ୟକ୍ତି ବିଷାକ୍ତ ମଦ ପିଇ ମୃତ୍ୟୁ ମୁଖରେ ପଡ଼ିଥିବା ବିନିକା ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକେ ।l ମୃତ ବ୍ୟକ୍ତି ଜଣକ ବିନିକା ବ୍ଲକ ଅନ୍ତର୍ଗତ ତୁଲୁଣ୍ଡୁପାଲି ଗ୍ରାମର ରଘୁ ଭୋଇ(୪୩) ବୋଲି ଜଣାପଡିଛି l ଗତକାଲି ପୁଅଜିଉନ୍ତିଆ ପାଇଁ ରଘୁ ଦୁବଘାସ ତୋଳିବାକୁ ଯାଇଥିଲେ ହେଲେ ବହୁ ସମୟ ଧରି ସେ ନ ଆସିବାରୁ ତାଙ୍କ ପରିବାର ଲୋକେ ଖୋଜା ଖୋଜି କରିବାକୁ ଯାଇ ତାଙ୍କୁ ପୋଖରୀ ହୁଡାରେ ପଡ଼ିଥିବା ଦେଖିଥିଲେ। ତୁରନ୍ତ ତାଙ୍କୁ ବିନିକା ଡାକ୍ତରଖାନା କୁ ଆଣି ଚିକିତ୍ସା କରିଥିଲେ ।ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରିବାର ଲୋକେ ଏହା ବିଷାକ୍ତ ମଦମୃତ୍ୟ ବୋଲି ଅଭିଯୋଗ କରିଛନ୍ତି। ରବିବାର ଦିନ ସନ୍ଧ୍ୟା ହୋଇ ଯିବାରୁ ସୋମବାର ଦିନ ମୃତ ଦେହର ଶବ ବ୍ୟବଚ୍ଛେଦ କରାଯିବ l ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ କେଉଁ କାରଣରୁ ମୃତ୍ୟୁ ହୋଇଛି ତାହା ଜଣାପଡ଼ିବ ବୋଲି ପୋଲିସ ପାଖରୁ ସୁଚନା ମିଳିଛି l

ଗ୍ରାମରେ ବେଆଇନ ଭାବରେ ମଦ ବିକ୍ରୀ ହେଉଥିବାରୁ ଜଣେ ବ୍ୟକ୍ତିର ଜୀବନ ଯାଇଛି ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ଅନ୍ୟ ପକ୍ଷରେ ଏହି ସ୍ପର୍ଶକାତର ଘଟଣା ସମ୍ପର୍କରେ ଜାଣିବା ନେଇ ଅବକାରୀ ବିଭାଗ ଇନ୍ସପେକ୍ଟର ରାମଚନ୍ଦ୍ର ପଟ୍ଟନାୟକଙ୍କ ମୋବାଇଲ ଫୋନ କୁ ଯୋଗାଯୋଗ କରାଯାଇଥିଲେ ହେଁ ରିଙ୍ଗ ହୋଇଥିଲା ହେଲେ ସେ ଫୋନ ଉଠାଇ ନଥିଲେ । ବର୍ତ୍ତମାନ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଞ୍ଚଳରେ ଚୋରା ମଦ ବ୍ୟାପକ କାରବାର ବୃଦ୍ଧି ପାଇଛି। ଝିଣ୍ଟିକା ମାରି ବଣି ପୋଷିବା ରୀତିରେ ଅବକାରୀ ବିଭାଗ ପେଟ ପୋଷୁଥିବା କେତେକ ମଦ ଖୁଚୁରା ବ୍ୟବସାୟୀଙ୍କୁ ଗିରଫ କରି ବାଃ ବାଃ ନେଉଛି ।ପ୍ରକୃତ ମଦ ବ୍ୟବସାୟୀ ଙ୍କୁ ଘଣ୍ଟ ଘୋଡାଇ ତାଙ୍କ ମୋଟା ଅଙ୍କର ପାଉଣା ନେଇ ଛାଡ଼ି ଦେଉଥିବା ଅଭିଯୋଗ ହେଉଛି ।ଗାଁ ଗାଁ ରେ ମଦ କାରବାର ବଢ଼ି ଚାଲିଛି।ଲୋକ ଦେଖାଣିଆ ଭାବେ ଅବକାରୀ ବିଭାଗ ରେଡ କରୁଛି । ମଦ ବନ୍ଦ ନେଇ ବିଭିନ୍ନ ସମୟରେ ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟା ଓ ଗ୍ରାମବାସୀ ଙ୍କ ତରଫରୁ ପ୍ରଶାସନ ପାଖରେ ଦାବି ହେଉଛି।ଏନେଇ ପ୍ରଶାସନିକ ସ୍ତର ଲୋକଙ୍କ ଅସନ୍ତୋଷ କୁ ଶାନ୍ତ କରିବା ନେଇ କିଛି ଦିନ ଅଭିଯୋଗ ହୋଇଥିବା ଅଞ୍ଚଳରେ ମଦ କାରବାର ବନ୍ଦ ରଖୁଛି ସତ ହେଲେ ପୁଣି ଯେଶା କୁ ତେସା ରୀତିରେ ମଦ ବିକ୍ରି ଖୁଲମଖୁଲା ଚାଲୁଛି ।ଏକ ବିରାଟ ଆନ୍ଦୋଳନ ପୂର୍ବରୁ ବେଆଇନ ମଦ ବିକ୍ରି ବନ୍ଦ କରିବା ଦିଗରେ ପ୍ରଶାସନ କଡା ପଦକ୍ଷେପ ନେବାକୁ ଅଞ୍ଚଳର ଜନସାଧାରଣରେ ଦାବି ହେଉଛି ।ମୃତ୍ୟୁ ବରଣ କରିଥିବା ରଘୁର ପତ୍ନୀ ସହ ଦୁଇଟି ପୁଅ ଝିଅ ଅଛନ୍ତି। ସେ ଅତ୍ୟନ୍ତ ଗରିବ ହୋଇଥିବାରୁ ତାଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବୀ ହେଉଛି l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..

Leave a Reply

Your email address will not be published. Required fields are marked *