ବିସନପୁର ୟୁଥ୍ କ୍ଲବର କ୍ରୀଡା ମହୋତ୍ସବ

ଜଗସିଂହପୁର:ଜଗସିଂହପୁର ଜିଲ୍ଲାର ଅଗ୍ରଣୀ କ୍ରିଡା ସଂଗଠନ ସଂସ୍ଥା ବିସନପୁର ୟୁଥ୍ କ୍ଲବ ପକ୍ଷରୁ ଏକ କ୍ରିଡା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ଏଥିରେ ରଘୁନାଥପୁର ବ୍ଲକର ପୂର୍ବତନ ସମିତି ସଭ୍ୟ ତଥା ଜିଲ୍ଳା ଉର୍ଦ୍ଦୁ ଏକାଡେମୀର କାର୍ଯ୍ୟନିର୍ବାହୀ ସଦସ୍ୟ ମେହବୁକ୍ ବେକ୍ ଓ ସ୍ଥାନୀୟ ଯୁବ କଂଗ୍ରେସ ନେତା ଦେବୀ ପ୍ରସାଦ ନାଏକ (ଫେଲୁ) ଅତିଥି ଭାବେ ଯୋଗ ଦେଇ ସାଧାରଣ ଜୀବନରେ କ୍ରିଡାର ଭୂମିକା ତଥା କିଭଳି ଯୁବପିଢୀମାନଙ୍କ ମଧ୍ୟରେ ପ୍ରତିଯୋଗୀତା ମନୋଭାବ ସୃଷ୍ଟି କରିବା ସହିତ ସୁସ୍ଥ ଓ ଆଦର୍ଶ ସମାଜ ଗଠନ ରେ ସହାୟକ ହୁଏ ତାହା କହିଥିଲେ।
ଏଥି ସହିତ ପ୍ରତିଯୋଗୀତାରେ ଜଗସିଂହପୁର ମହାବୀର ଇଲେଭନ୍ ଉରାଳି ଦଳକୁ ୟୁଇନର ଓ ବିସନପୁର ସୁପର ଇଲେଭେନ୍ ଦଳକୁ ରନର୍ସ ସିଲ୍ ଦେଇ ଉତ୍ସାହିତ କରିଥିଲେ। ଏହି ପ୍ରତିଯୋଗୀତାକୁ ବିସନପୁର ଗ୍ରାମର ମୁରବୀମାନେ ପରିଚାଳନା କରିଥିଲେ।