ବି ଏମ୍ ସି ଅଞ୍ଚଳରେ ବିଭିନ୍ନ ଖାଦ୍ୟ ଦୋକାନ ଯାଞ୍ଚ
ଭୁବନେଶ୍ବର; ତା 13-12-24ରିଖ:ଭୁବନେଶ୍ବର ମହାନଗର ନିଗମ (ବି ଏମ୍ ସି) ଫୁଡ୍ ସ୍କାର୍ଡ ପକ୍ଷରୁ ବିଭିନ୍ନ ରାସ୍ତା ପାର୍ଶ୍ଵ ଖାଦ୍ୟ ଦୋକାନ ଉପରେ ଚଢଉ କରି ସେମାନଙ୍କଠାରୁ ଜୋରିମାନା ଆଦାୟ କରାଯାଇଛି । ଆଜି ବି ଏମ୍ ସି ପ୍ରାଧିକୃତ ଅଧ୍ଵକାରୀ, ଫୁଡ୍ ସେଫ୍ଟି ଟିମଙ୍କ ସହ ଟିମ୍ ସାଇନ୍ ମିଳିତ ଭାବେ କିଟ୍ ଅଂଚଳରେ ଥୁବା ବିଭିନ୍ନ ରେଷ୍ଟୁରାଣ୍ଟ, ଷ୍ଟଲ, ଫାଷ୍ଟଫୁଡ୍ ଆଦି ଖାଦ୍ୟ ଦୋକାନ ପରିଦର୍ଶନ କରି ପରିମଳ ଓ ଖାଦ୍ୟର ପରିଚ୍ଛନ୍ନତା ଯାଞ୍ଚ କରିଥ୍ବଲେ ।
କିଛି ଦୋକାନୀ ଅସ୍ବାସ୍ଥ୍ୟକର ଓ ବାସି ଖାଦ୍ୟ ପଦାର୍ଥ ବିକ୍ରି କରୁଥିବା ଦେଖୀବାକୁ ପାଇଥିଲେ । ଅସ୍ବାସ୍ଥ୍ୟକର ଖାଦ୍ୟପଦାର୍ଥଗୁଡିକୁ ସିଜ୍ କରିବା ସହ ସେମାନଙ୍କଠାରୁ ଜୋରିମାନା ଆଦାୟ କରାଯାଇଛି । ଜବତ ହୋଇଥିବା ପ୍ରାୟ 40 କେଜିରୁ ଅଧିକ ଖାଦ୍ୟପଦାର୍ଥକୁ ନଷ୍ଟ କରିଦିଆଯାଇଛି । ସେମାନଙ୍କଠାରୁ ସମୁଦାୟ 8 ହଜାର ଟଙ୍କା ଜୋରିମାନା ଆଦାୟ ହୋଇଛି । ସଂଗୃହୀତ ଖାଦ୍ୟ ନମୁନା
ଯାଞ୍ଚ ପାଇଁ ପଠାଯାଇଥିବା ବେଳେ କେତେକ ଖାଦ୍ୟ ବ୍ୟବସାୟୀଙ୍କୁ ନୋଟିସ ଜାରି କରାଯାଇଛି । ଆଗାମୀ ଦିନରେ ଏହିପରି ନିୟମିତ ଯାଞ୍ଚ କରାଯିବ ବୋଲି ବି ଏମ୍ ସି ପକ୍ଷରୁ କୁହାଯାଇଛି ।