March 15, 2026
Home » ବି.ଏସ୍ .ପି. ର ସଂସ୍ଥାପକ ମାନ୍ୟବର ଶ୍ରୀ କାଂଶିରାମ ଜି ଙ୍କ 92 ତମ ଜୟନ୍ତୀ ପାଲିତ

ବି.ଏସ୍ .ପି. ର ସଂସ୍ଥାପକ ମାନ୍ୟବର ଶ୍ରୀ କାଂଶିରାମ ଜି ଙ୍କ 92 ତମ ଜୟନ୍ତୀ ପାଲିତ

0
WhatsApp Image 2026-03-15 at 5.04.19 PM

 

 

ବହୁଜନ ସମାଜ ପାର୍ଟି ଜିଲ୍ଲା କମିଟି ବରଗଡ଼ ଆନୁକୁଲ୍ୟରେ ସମ୍ବଲପୁର ଜୋନ ସ୍ତରୀୟ ବାମସେଫ୍, ଡି.ଏସ୍ . ଫୋର୍ ଏବଂ ବି.ଏସ୍ .ପି. ର ସଂସ୍ଥାପକ ମାନ୍ୟବର ଶ୍ରୀ କାଂଶିରାମ ଜି ଙ୍କ 92 ତମ ଜୟନ୍ତୀ ବରଗଡ଼ କଲ୍ୟାଣ ମଣ୍ଡପ ଠାରେ ସମ୍ବଲପୁର ଜୋନ ମୁଖ୍ୟ ପ୍ରଭାରୀ ନାରାୟଣ ଭେଶ୍ରା ଙ୍କ ଅଧ୍ୟକ୍ଷତା ପାଲିତ ହୋଇ ଯାଇଛି ।ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ କେନ୍ଦ୍ରୀୟ ରାଜ୍ୟ ସଂଯୋଜକ, ପୂର୍ବ ବିଧାୟକ ଦାଉରାମ ରତ୍ନାକର ଜି ଯୋଗଦାନ କରିଥିଲେ । ସମ୍ମାନିତ ଅତିଥି ହିସାବରେ ସମ୍ବଲପୁର ଜୋନ ସହ ସଂଯୋଜକ ରାଜୁ ନନ୍ଦ, ଲାଲ୍ ମନ୍ ସୁନା,ଗାନ୍ଧି ମହାନନ୍ଦ, କଉସିକ ସୁନା,ଦିଲୀପ ସିଂ, ବିଶିଷ୍ଟ ଅତିଥି ହିସାବରେ ଅଜୟ କୁମ୍ଭାର,ରିଜ୍ ବାନ ଖାନ୍, ଖଗେଶ୍ବର ନାୟକ, ସମ୍ମାନିତ ବକ୍ତା ହିସାବରେ ଜୟରାମ ବାଘ,ସରୋଜ କୁମ୍ଭାର,ଅନିଲ ନାଏକ,ବାବୁଲ କିସାନ,ଝସକେତନ୍ ଦୀପ, ରାଜନ୍ ତାନ୍ତି,ଅନ୍ଦୁମତି ବାଗ, କୈଳାସ ଲୁହା ଯୋଗଦାନ କରିଥିଲେ ।

ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ଓ ଚାଷୀଙ୍କ ଦୁର୍ଦ୍ଦଶା ବିଷୟ ରେ ମୁଖ୍ୟ ଜୋନ ପ୍ରଭାରୀ ନାରାୟଣ ଭେଶ୍ରା ଉଦବେଗ ପ୍ରକାଶ କରି ରାଜ୍ୟ ର ମୋହନ ମାଝି ସରକାର୍ ଚାଷୀ ବିରୋଧୀ ବୋଲି କହିଥିଲେ ।ଅନ୍ୟାୟ ଅତ୍ୟାଚାର ରୁ ମୁକ୍ତି ପାଇଁ ବି.ଏସ୍ .ପି. ସରକାର୍ ଓଡ଼ିଶାରେ ଆଣିବାକୁ ହେବ ବୋଲି ମୁଖ୍ୟ ଅତିଥି ଦାଉରାମ ରତ୍ନାକର ଉପସ୍ଥିତ ଦଳୀୟ କର୍ମୀମାନଙ୍କୁ ଆହ୍ବାନ କରିଥିଲେ ।କାର୍ଯ୍ୟକ୍ରମକୁ ସଫଳ କରିବାପାଇଁ ଟଙ୍କଧର କଣ୍ଟା,ରୂପଧର କୁମ୍ଭାର, ଦେବ କୁମାର,ଅଚ୍ୟୁତ ସର,ତରୁଣ ତାଣ୍ଡି,ଦିଲୀପ ବାଗ,ଦେବାଶିଷ ଭୋଇ,ବିନୋଦ ହରିପାଲ,ଅରୁଣ ମହାନନ୍ଦ,ରଞ୍ଜନ ରାଜହଂସ,ଧବ୍ଲେଶ୍ୱର୍ ମହାନନ୍ଦ,ଚୈତନ୍ୟ ବାଗ,ଆଦର୍ଶ ସର,ଜୟଶଙ୍କର ସିହ୍ନା ପ୍ରମୁଖ ଦୃଢ଼ ସହଯୋଗ କରିଥିଲେ ।ପ୍ରାରମ୍ଭିକ ସ୍ବାଗତ ଭାଷଣ ଓ ଉଦ୍ଦେଶ୍ୟ ଜ୍ଞାପନ ଜିଲ୍ଲା ପ୍ରଭାରୀ ଜୟରାମ ବାଘ କରିଥିବା ବେଳେ ଜିଲ୍ଲା ସଭାପତି ଅଜୟ କୁମ୍ଭାର ଧନ୍ୟବାଦ୍ ଅର୍ପଣ କରିଥିଲେ ।ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଦଶ ଟି ଜିଲ୍ଲା ର ସକ୍ରିୟ କର୍ମୀ ଯୋଗଦାନ କର୍ଥିଲେ ।

 

ଇପିଏର ଜିଲ୍ଳା ପ୍ରତିନିଧି କ୍ଷମା ନିଧି ବଣ୍ଡୁକିଙ୍କ(ଇଷ୍ଟର୍ଣ୍ଣ ପ୍ରେସ୍‌ ଏଜେନ୍‌ସୀ) ରିପୋର୍ଟ,

Leave a Reply

Your email address will not be published. Required fields are marked *