April 24, 2025
Home » ବୀରମହାରାଜପୁରରେ ନିମ୍ନମାନର ଛତୁଆ ବଣ୍ଟନ ଅଭିଯୋଗ, ଶିଶୁ ଓ ଗର୍ଭବତୀଙ୍କ ଛତୁଆ ଗୋରୁଗାଈଙ୍କ ଆହାର

ବୀରମହାରାଜପୁରରେ ନିମ୍ନମାନର ଛତୁଆ ବଣ୍ଟନ ଅଭିଯୋଗ, ଶିଶୁ ଓ ଗର୍ଭବତୀଙ୍କ ଛତୁଆ ଗୋରୁଗାଈଙ୍କ ଆହାର

0

ସୁବର୍ଣ୍ଣପୁର: ଶିଶୁ ଓ ଗର୍ଭବତୀ ଙ୍କ ମାଗଣା ଖାଦ୍ୟ ଛତୁଆକୁ ବଜାର ରେ ବିକ୍ରି କରା ଯାଉଛି। ଗୋଖାଦ୍ୟ ଭାବେ ବ୍ୟବହାର କରାଯାଇ ନିମ୍ନ ମାନର ଭାବେ ପ୍ରସ୍ତୁତି କରାଯାଇଛି। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସମନ୍ୱିତ ଶିଶୁ ବିକାଶ ଯୋଜନା ଅଧୀନରେ ଥିବା ବିଭିନ୍ନ ଗ୍ରାମରେ ଛତୁଆ ବିକ୍ରି କରୁଥିବା ଦେଖିବାକୁ ମିଳିଛି। ରାଜ୍ୟ ମହିଳା ଓ ଶିଶୁ ବିକାଶ ଯୋଜନା ପକ୍ଷରୁ କୋମଳମତି ଶିଶୁ, ଗର୍ଭବତୀ ଓ ପ୍ରସ୍ତୁତି ମହିଳାଙ୍କୁ ମାଗଣାରେ ପୃଷ୍ଟିକର ଛତୁଆ ରାଜ୍ୟର ପ୍ରତ୍ୟେକ ଅଙ୍ଗନୱାଡ଼ି କେନ୍ଦ୍ର ଜରିଆରେ ଯୋଗାଇ ଦିଆ ଯାଉଛି। କିନ୍ତୁ ରାଜ୍ୟ ସରକାର ଏହି ଛତୁଆ ବିକ୍ରୟ ପାଇଁ ଉଦ୍ଦିଷ୍ଟ ନୁହେଁ ବୋଲି ଛତୁଆ ପ୍ୟାକେଟ ରେ ଉଲ୍ଲେଖ କରାଯାଇଛି। କିନ୍ତୁ ବୀରମହାରାଜପୁର ଅଞ୍ଚଳରେ ପ୍ରତ୍ୟେକ ହିତାଧିକାରୀ ଦିନ ଦ୍ବିପହରରେ ଏହି ନିମ୍ନମାନର ଛତୁଆକୁ ଏକ ନିର୍ଦ୍ଦିଷ୍ଟ ବେପାରି କୁ ବିକ୍ରି କରୁଥିବା ଜଣାଯାଇଛି।‌ ଏହି ବେପାରୀ ଜଣଙ୍କ ବିଭିନ୍ନ ଗୋଖାଦ୍ୟ ଦୋକାନ ଓ ଛତୁଆ କେନ୍ଦ୍ର ରେ ବିକ୍ରି କରୁଥିବା ବିଭିନ୍ନ ସୁତ୍ରରୁ ଜଣାପଡିଛି। ବୀରମହାରାଜପୁର ବ୍ଳକର ଜଟେସିଂହା ସ୍ଥିତ ମା ଭୈରବୀ ମିଶନ ଶକ୍ତି ପକ୍ଷରୁ ଛତୁଆ ପ୍ରସ୍ତୁତି କରି ଅଙ୍ଗନୱାଡ଼ି କେନ୍ଦ୍ରକୁ ଯୋଗାଇଥାନ୍ତି। ଦୀର୍ଘ ବର୍ଷ ହେବ ଏହି ଛତୁଆ କେନ୍ଦ୍ର ନିମ୍ନମାନର ଛତୁଆ ଯୋଗାଉଥିବା ନେଇ ବିଭିନ୍ନ ଅଧିକାରୀ ଙ୍କ ଠାରେ ଅଭିଯୋଗ ହେଇଆସୁଛି। ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ତଦାରଖ ପାଇଁ ଆସୁଥିଲେ ମଧ୍ୟ ମୋଟା ଅଙ୍କର ଟଙ୍କା ନେଇ ଫେରି ଯାଉଛନ୍ତି। ଛତୁଆ ଅତି ନିମ୍ନ ମାନର ହୋଇ ଥିବାରୁ ମଣିଷ ଖାଇବା ବଦଳରେ ପଶୁମାନଙ୍କ ଖାଇବା ଉଦ୍ଦେଶ୍ୟରେ ବିକ୍ରି କରାଯାଉଛି। ଛତୁଆରେ ଗହମ ଗୁଣ୍ଡ ଅଧିକାଂଶ ଦେଖା ଯାଉଛି। ଗୋଟା ବୁଟ, ଚିନି, ଚିନାବାଦାମ ର ମିଶ୍ରଣ ରେ ପ୍ରସ୍ତୁତ କରିବା କଥା। କିନ୍ତୁ ଗହମ ଓ ଅଳ୍ପ ଚିନି ମିଶାଇ ଯୋଗାଇ ଦିଆ ଯାଉଛି। ଏହାର ଉଚ୍ଚ ସ୍ତରୀୟ ତଦନ୍ତ ହେଲେ ସବୁ ଜଣାପଡିବ l

ରିପୋର୍ଟ — ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *