August 27, 2025
Home » ବୀରମହାରାଜପୁର ଅଂଚଳ ରେ ବେଆଇନ ଚୋରା ବାଲି ଚାଲାଣ ଅଭିଯୋଗ

ବୀରମହାରାଜପୁର ଅଂଚଳ ରେ ବେଆଇନ ଚୋରା ବାଲି ଚାଲାଣ ଅଭିଯୋଗ

0
WhatsApp Image 2024-12-30 at 7.03.03 PM

ସୁବର୍ଣ୍ଣପୁର– ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅଞ୍ଚଳର ଯୋର ଆଉ ମହାନଦୀରୁ ବେଆଇନ ବାଲି ଚୋରା ଚାଲାଣ କରୁଥିବା ଦେଖିବାକୁ ମିଳୁଛି। ବୀରମହାରାଜପୁର ତହସିଲ ଅନ୍ତର୍ଗତ କୃଷ୍ଣପାଲି, କେଉଟିପାଲି, କୁମୁରସିଂହା, ଟିଠିପାଲି, ଦେଉଳି, ଖମ୍ବେଶ୍ବରୀପାଲି , ରଥପୁର, ପୁଟାପାଲି, ସୁବଳୟା,ଟିକ୍ରାପଡା ଘାଟ ମାନଙ୍କରେ ଚାଲିଛି ଚୋରା ବାଲି ଚାଲାଣ l ଏମିତି କି ବୀରମହାରାଜପୁର ତହସିଲ ଅନ୍ତର୍ଗତ ଅନେକ ଘାଟରୁ ବାଲି ଚୋରା ଚାଲାଣ ହେଉଛି l ବାଲି ନେବାରେ ସେହି ସ୍ଥାନ ମାନଙ୍କୁ ବିରାଟ ବିରାଟ ଗର୍ତ୍ତ ହେଉଯାଉଥିବାରୁ ଗୋରୁ ଗାଈ ମାନେ ପାଣି ପିଇବା ପାଇଁ ଯାଇ ଗର୍ତ୍ତରେ ପଡି ବହୁତ ଅସୁବିଧାର ସମ୍ମୁଖିନରେ ପଡୁଛନ୍ତି। ଗତକାଲି କେଉଟିପାଲି ଘାଟରୁ ବାଲି ଚୋରା ଚାଲାଣ ବେଳେ କୌଣସି ସୂତ୍ରରୁ ଖବର ପାଇ ବୀରମହାରାଜପୁର ପୋଲିସ ଘଟଣା ସ୍ଥଳକୁ ପହଞ୍ଚିବା ପୂର୍ବରୁ ଚମ୍ପଟ ମାରିଲା ହାଇୱା। ପ୍ରଶାସନ ପହଁଚିବା ଆଗରୁ କେମିତି ଜାଣୁଛନ୍ତି ଟ୍ରାକ୍ଟର ମାଲିକ ମାନେ। ଏମିତି କି ଦିନକୁ ଶହ ଶହ ଟ୍ରିପ ବାଲି ଚୋରା ଚାଲାଣ ହେଉଥିବାରୁ ସରକାରଙ୍କ ରାଜସ୍ବ ହାନି ଘଟୁଛି। ରାଜସ୍ବ ଅଧିକାରୀ ମାନେ ଜାଣିଶୁଣି ଚୁପ ଅଛନ୍ତି ନାଁ କୁମ୍ଭକର୍ଣ୍ଣ ନିଦ୍ରାରେ ଅଛନ୍ତି ? ପ୍ରଶାସନ ଆଉ ଟ୍ରାକ୍ଟର, ହାଇୱା ମାଲିକଙ୍କ ମଧୁଚନ୍ଦ୍ରିକାରେ ଚାଲିଛି ହଜାର ହଜାର ଟ୍ରକ ଚୋରା ବାଲି ଚାଲାଣ। ବେଆଇନ ବାଲି ଚୋରା ଚାଲାଣ ରୋକିବା ପାଇଁ ପ୍ରକୃତି ପ୍ରେମୀ ମାନେ ଅସନ୍ତୋଷ ପ୍ରକାଶ କରିବା ସହ ଚୋରା ବାଲି ଚାଲାଣ କୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଦାବି କରିଛନ୍ତି।

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *