November 13, 2025
Home » ବୀରମହାରାଜପୁର ଇଭା କମ୍ପ୍ୟୁଟର ସେଣ୍ଟରରେ ସାର୍ଟିଫିକେଟ ବିତରଣ ଉତ୍ସବ

ବୀରମହାରାଜପୁର ଇଭା କମ୍ପ୍ୟୁଟର ସେଣ୍ଟରରେ ସାର୍ଟିଫିକେଟ ବିତରଣ ଉତ୍ସବ

0
WhatsApp Image 2025-09-08 at 1.53.26 PM

 

। ସୁବର୍ଣ୍ଣପୁର— ବୀରମହାରାଜପୁର ଇଭା କମ୍ପ୍ୟୁଟସେଣ୍ଟର ଠାରେ ସାର୍ଟିଫିକେଟ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି lଏହି ଅବସରରେ ମୁଖ୍ୟ ଅତିଥି ଭାବରେ ବୀରମହାରାଜପୁର ହାଇସ୍କୁଲର ଅବସରପ୍ରାପ୍ତ ଶିକ୍ଷକ ଗୋପୀନାଥ ମହାକୁର ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ବୀରମହାରାଜପୁର କଲେଜର ଅଧ୍ୟକ୍ଷ ଡ.ହିମାଂଶୁ ଶେଖର ପାଢ଼ୀ ଓ ବୀରମହାରାଜପୁର ମହିଳା କଲେଜର ଅଧ୍ୟକ୍ଷ ଅଶୁତୋଷ ହୋତା ଯୋଗ ଦେଇଥିଲେ ।
କମ୍ପ୍ୟୁଟର ସେଣ୍ଟରର ପ୍ରତିଷ୍ଠାତା କୌଶଲ୍ୟା ପଧାନ ଓ କମ୍ପ୍ୟୁଟର ଟ୍ରେନର ଅମିତ କୁମାର ଡାଙ୍ଗ ଏବଂ ତାଙ୍କ ସହିତ ଅନ୍ୟ ଟ୍ରେନର ଚନ୍ଦ୍ରଶେଖର ହୋତା ଓ ସୁରଜିତ ସାହୁ ମଧ୍ୟ ଉପସ୍ଥିତ ଥିଲେ ।
ଏହି ଅବସରରେ ୬୦ ଜଣ ଛାତ୍ରଛାତ୍ରୀଙ୍କୁ OSCIT ଓ OSCIT A କୋର୍ସର ସାର୍ଟିଫିକେଟ ବଣ୍ଟନ କରାଯାଇଥିଲା ।ଏହା ସହିତ କୁଇଜ୍ ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବା ସତ୍ୟବ୍ରତ ପଧାନ ,କ୍ରିଷ୍ଣା କର୍ମୀ ଓ ଜିନା ମେହେରଙ୍କୁ ପୁରସ୍କୃତ କରାଯାଇଥିଲା l

 

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..

Leave a Reply

Your email address will not be published. Required fields are marked *