ବୀରମହାରାଜପୁର ବିଧାୟକ ଙ୍କ ସରକାରୀ ଗୃହ ପ୍ରବେଶ କାର୍ଯ୍ୟକ୍ରମ : ଯୋଗଦେଲେ ଶତାଧିକ ଦଳୀୟ କର୍ମୀ
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ର ବିଜେପି ଦଳ ବିଧାୟକ ଇଂ.ରଘୁନାଥ ଜଗଦଲା ଙ୍କୁ ସରକାରୀ ବାସଭବନ ମିଳିବା ପରେ ଗତକାଲି ଗୃହ ପ୍ରବେଶ କାର୍ଯ୍ୟକ୍ରମ ଥିଲା l ଏଥିପାଇଁ ନିର୍ବାଚନ ମଣ୍ଡଳୀ ର ଶତାଧିକ କର୍ମୀ ଯୋଗଦେଇ ଥିବା ଦେଖା ଯାଇଥିଲା l ବୀରମହାରାଜପୁର ନିର୍ବାଚନ ମଣ୍ଡଳୀ ର ବୀରମହାରାଜପୁର ବ୍ଲକ, ଉଲୁଣ୍ଡା ବ୍ଲକ, ବିନକା ବ୍ଲକ ର ଶତାଧିକ ଦଳୀୟ କର୍ମୀ ଗତକାଲି ଭୁବନେଶ୍ୱର ସ୍ଥିତ ସିଆରପି ଛକ ୟୁନିଟ -୮ ସି ବ୍ଲକ ରେ ଅବସ୍ଥିତ ବୀରମହାରାଜପୁର ବିଧାନସଭା କ୍ଷେତ୍ର ର ଯୁବ ବିଧାୟକ ଇଂ. ରଘୁନାଥ ଜଗଦଲାଙ୍କୁ ବାସଭବନ ସରକାରୀ ଭାବେ ମିଳିବା ପରେ ଉକ୍ତ ବାସଭଵନ କୁ କିଛି ମରାମତି ଓ ସୌନ୍ଦର୍ଯ୍ୟ କରଣ ପରେ ସୋମବାର ଶୁଭ ମୂହୁର୍ତ୍ତ ଦେଖି ପୂଜା କାର୍ଯ୍ୟକ୍ରମ ପରେ ଗୃହ ପ୍ରବେଶ ହୋଇଥିଲେ l ଏହି କାର୍ଯ୍ୟକ୍ରମ ରେ ନିର୍ବାଚନ ମଣ୍ଡଳୀ ର ତିନୋଟି ବ୍ଲକ ରୁ ବହୁ ଦଳୀୟ କର୍ମୀ ଯୋଗଦେଇ ଥିଲେ l ଏହି କାର୍ଯ୍ୟକ୍ରମ ରେ ଦଳ ର ବରିଷ୍ଟ ସଭ୍ୟ ବେଣୁଧର ଦାସ, ବୀରମହାରାଜପୁର ବ୍ଲକର ପୂର୍ବତନ ଅଧ୍ୟକ୍ଷ ସନ୍ତୋଷ ଭୋଇ, ସତ୍ୟ ବ୍ରତ ମିଶ୍ର, ଏକଲବ୍ୟ ବେହେରା, ବିପିନ ପଣ୍ଡା, ନବ କିଶୋର ତ୍ରିପାଠୀ, ପଦାର୍ଥ ଜଗଦଲା, ନବ ଗୁଡୁରିଆ ଙ୍କ ସହିତ ତିନି ବ୍ଲକ ର ବହୁ ଦଳୀୟ ପଦାଧିକାରୀ ଓ ଦଳୀୟ କର୍ମୀ ଯୋଗଦେଇଥିଲେ l
ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର
