July 31, 2025
Home » ବୀରମହାରାଜପୁର ବ୍ଲକ କାର୍ଯ୍ୟାଳୟ ରେ କଲମ ଛାଡ ଆନ୍ଦୋଳନ

ବୀରମହାରାଜପୁର ବ୍ଲକ କାର୍ଯ୍ୟାଳୟ ରେ କଲମ ଛାଡ ଆନ୍ଦୋଳନ

0
WhatsApp Image 2025-05-17 at 6.00.01 PM

ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଙ୍କ ଫଟୋଚିତ୍ର ଉପରେ ବସି ଆନ୍ଦୋଳନ କରିବା ପଡିଲା ମହଙ୍ଗା,
କ୍ଷମାପ୍ରାର୍ଥନା କଲେ ସହକାରୀ ଯନ୍ତ୍ରୀ l

ସୁବର୍ଣ୍ଣପୁର —- ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କାର୍ଯ୍ୟାଳୟ ପରିସର ରେ ଚାଲିଥିବା କଲମ ଛାଡ ଆନ୍ଦୋଳନ ସମୟ ରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଙ୍କ ଫଟୋଚିତ୍ର ଉପରେ ବସି ଆନ୍ଦୋଳନକାରୀ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନ କରିଥିବା ଅଭିଯୋଗ ହୋଇଛି l ସୂଚନା ଥାଉ କି କିଛି ଦିନ ତଳେ ବିନିକା ବ୍ଲକରେ ବୀରମହାରାଜପୁର ବିଧାୟକ ଇଂ. ରଘୁନାଥ ଜଗଦଲାଙ୍କ ସମୀକ୍ଷା ବୈଠକରେ ଜଣେ ଜେଇଙ୍କୁ ଦୁର୍ବ୍ୟବହାର ସହ ମାଡ ମାରିବା ନେଇ ଅଭିଯୋଗ କରି ଜିଲ୍ଲା ଯନ୍ତ୍ରୀ ସଙ୍ଘ ଆନ୍ଦୋଳନ ଡାକରା ରେ ଜିଲ୍ଲା ର ସମସ୍ତ ବ୍ଲକ ରେ ଆନ୍ଦୋଳନ ଚାଳିଥିବା ବେଳେ ଵୀରମହାରାଜପୁର ବ୍ଲକରେ ଖୋଦ ସହକାରୀ ନିର୍ବାହୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀ ମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଙ୍କ ଫୋଟୋଚିତ୍ର ଥିବା ସରକାରୀ ବ୍ୟାନରରେ ବସି କଲମଛାଡ ଆନ୍ଦୋଳନ କରୁଛନ୍ତି । ବୀରମହରାଜପୁର ବ୍ଲକର ଯନ୍ତ୍ରୀମାନେ ସରକାରୀ ବ୍ୟାନର ରେ ଥିବା ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଫୋଟୋରେ ବସିଥିବା ଦେଖି ବିଜେପିର କିଛି କର୍ମକର୍ତ୍ତା ଏହାକୁ ବିରୋଧ କରିବା ସହ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଅପରପକ୍ଷରେ ଆମେ ଅଜାଣତରେ ବସି ଦେଇଥିଲୁ ବୋଲି ସଫେଇ ଦେଇଛନ୍ତି ଏବଂ କ୍ଷମା ପ୍ରାର୍ଥନା କରିଛନ୍ତି ସହକାରୀ ନିର୍ବାହୀ ଯନ୍ତ୍ରୀ ସୁବନାଥ ମାଝୀ ।
ଏ ନେଇ ବିଜେପି ଦଳ ର ପୂର୍ବତନ ଜିଲ୍ଲା ସଭାପତି ବଲଦେବ ପ୍ରସାଦ ବେଦବାକ ଓ ବରିଷ୍ଟ ଆଇନଜୀବୀ ସୁରେନ୍ଦ୍ର ତ୍ରିପାଠୀ ଙ୍କ ନେତୃତ୍ବରେ ଏକ ଟିମ୍ ପ୍ରଧାନମନ୍ତ୍ରୀ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଅସମ୍ମାନ କରିଥିବା ନେଇ ବୀରମହାରାଜପୁର ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି ଏବଂ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି l

ରିପୋର୍ଟ — ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *