July 1, 2025
Home » ବୀରମହାରାଜପୁର ମହାବିଦ୍ୟାଳୟ ଛାତ୍ରୀ ଙ୍କ ଜୀବନ ସହ ଖେଳୁଛି ଖେଳ : ୧୯ ବଦଳରେ ୯ ମାର୍କ ପାଇବାରୁ ଛାତ୍ରୀ ଟପ୍ ଲିଷ୍ଟ ରୁ ବଞ୍ଚିତ

ବୀରମହାରାଜପୁର ମହାବିଦ୍ୟାଳୟ ଛାତ୍ରୀ ଙ୍କ ଜୀବନ ସହ ଖେଳୁଛି ଖେଳ : ୧୯ ବଦଳରେ ୯ ମାର୍କ ପାଇବାରୁ ଛାତ୍ରୀ ଟପ୍ ଲିଷ୍ଟ ରୁ ବଞ୍ଚିତ

0
WhatsApp Image 2025-06-26 at 2.01.59 PM

ସୁବର୍ଣ୍ଣପୁର: ସମ୍ପ୍ରତି ରାଜ୍ୟ ରେ +୨ ପରୀକ୍ଷା ଫଳ ପ୍ରକାଶ ପାଇ ସାରିଥିବା ବେଳେ ପାସ ଛାତ୍ର ଛାତ୍ରୀ ବିଭିନ୍ନ ଡିଗ୍ରୀ କଲେଜ ରେ ନାମ ଲେଖାଇବା ସାରିଥିବା ବେଳେ କେତେକ ଛାତ୍ର ଛାତ୍ରୀ ବିଭିନ୍ନ ବୈଷୟିକ ଶିକ୍ଷା ନେଇ ନାମ ଲେଖାଇଛନ୍ତି ତେବେ କଲେଜ ର ଭୁଲ ପାଇଁ ମେଧାବୀ ଛାତ୍ର ଛାତ୍ରୀ କମ ମାର୍କ ପାଇ ନିଜ ମନମୁତାବକ କଲେଜ କିମ୍ବା ଭଲ ପ୍ରତିଷ୍ଠାନ ରେ ନାମ ଲେଖାଇ ନ ପାରି ମାନସିକ ଭାବେ ଆଘାତ ପାଇ ନିରାଶ ହୋଇଛନ୍ତି l ଏମିତି ଏକ ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମହାବିଦ୍ୟାଳୟ ରେ lଏହି ମହାବିଦ୍ୟାଳୟ ରେ +୨ କଳା ରେ ପାସ କରିଥିବା ବିଶ୍ବରୁପା ସାହୁ l ବିଶ୍ବରୁପା ଜଣେ ଚାଷୀ ପରିବାର ରୁ ଆସିଥିବା ବେଳେ ସେ ମ୍ୟାଟ୍ରିକ ରେ ମଧ୍ୟ ଜିଲ୍ଲା ରେ ଟପ୍ ଲିଷ୍ଟ ରେ ଥିଲେ l ସେ ତାଙ୍କ +୨ ପରୀକ୍ଷା ଫଳ ପ୍ରକାଶ ପାଇ ସାରିଥିବା ବେଳେ ସେ ମୋଟ ୬୦୦ ମାର୍କ ରୁ ୫୪୭ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଥିଲେ l ହେଲେ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ନିଜ ମାର୍କ ଲିଷ୍ଟ କୁ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ l ସେ ଇତିହାସ ବିଭାଗ ରୁ ପାଇଥିବା ପ୍ରାକ୍ଟିକାଳ ମାର୍କ କୁ ନେଇ ସନ୍ଦେହ କରିଥିଲେ l ସେ ଅନ୍ୟ ସବୁ ବିଭାଗ ରେ ୨୦ ରୁ ୧୯ ପାଇଥିବା ବେଳେ କିପରି ଇତିହାସ ରେ ୨୦ ରୁ ୯ ପାଇଲେ ତାହା ତାଙ୍କୁ ସନ୍ଧେହ କରିଥିଲା l କୁଆଡେ କଲେଜ ରୁ ଦେଇଥିବା ପ୍ରାକ୍ଟିକାଲ ମାର୍କ ରେ ଜାଣିଶୁଣି ଭୁଲ କରିଥିବା ସନ୍ଧେହ ହେଲା ସେ ସମ୍ପୃକ୍ତ କଲେଜ ରୁ ଜାଣିବାକୁ ପାଇଲେ କି ତାଙ୍କୁ ଦିଆଯାଇଥିବା ପ୍ରାକ୍ଟିକାଲ ମାର୍କ ବାବଦ କୁ କଲେଜ ଅଧ୍ୟାପିକା ଖାତା ମୂଲ୍ୟାୟନ ପରେ ତାଙ୍କୁ ୧୯ ମାର୍କ ଦେଇଥିଲେ କିନ୍ତୁ କଲେଜ କର୍ତ୍ତୃପକ୍ଷ କାହିଁକି ଓ କି ଉଦ୍ଦେଶ୍ୟ ରେ ତାଙ୍କ ମାର୍କ କୁ ୧୯ ପରିବର୍ତ୍ତେ ୯ ମାର୍କ ବୋର୍ଡ କୁ ପଠେଇ ଥିଲେ l ହେଲେ ଆଶ୍ଚର୍ଯ୍ୟ ର କଥା ସମ୍ପୃକ୍ତ କଲେଜ କରିଥିବା ଭୁଲ କୁ ସ୍ବୀକାର କରିବା ପରିବର୍ତ୍ତେ କର ଯାହା କରିବା କଥା କର ଆମେ ଏବେ ଆଉ କିଛି କରି ପାରିବୁ ନାହିଁ କହି ନିରବ ରହିଛନ୍ତି l ଏ ନେଇ ଛାତ୍ରୀ ମହାବିଦ୍ୟାଳୟ ପରିଚାଲନା କମିଟି ମୁଖ୍ୟ ତଥା ଉପ ଜିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ l ଉପ ଜିଲ୍ଲାପାଳ କଲେଜ କୁ ଏ ନେଇ ସମସ୍ତ ତଥ୍ୟ ମାଗିଥିବା ବେଳେ ତାଙ୍କ ବଦଳି ହୋଇଯାଇଥିଲା l ଛାତ୍ରୀ ଜଣକ ବୀରମହାରାଜପୁର ବିଧାୟକ ଇଂ. ରଘୁନାଥ ଜଗଦଳା ଙ୍କୁ କଲେଜ ନିଜ ପ୍ରତି କରିଥିବା ଅନ୍ୟାୟ ବିଷୟ ରେ ଜଣେଇ ଥିଲେ l ତୁରନ୍ତ ବିଧାୟକ କଲେଜ କର୍ତ୍ତୃପକ୍ଷ ଙ୍କୁ ଏ ନେଇ ଛାତ୍ରୀ ଙ୍କ ମାର୍କ କିପରି କାଉନସିଲ ତାଙ୍କ ମାର୍କ ଲିଷ୍ଟ ରେ ଲିପିବଦ୍ଧ କରିବ ସେ ନେଇ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଥିଲେ l ପ୍ରକାଶ ଯୋଗ୍ୟ କି ବୀରମହାରାଜପୁର ମହାବିଦ୍ୟାଳୟ ର ପ୍ରାକ୍ଟିକାଲ ପରୀକ୍ଷା ପରେ ସମସ୍ତ ଖାତା ମୂଲ୍ୟାୟନ ହେବା ପରେ ଏକ ୪ ଜଣିଆ କମିଟି ରେ କଲେଜ ର ଓଡ଼ିଆ ଅଧ୍ୟାପକ ସଞ୍ଜୟ ପଧାନ, ପଦାର୍ଥ ବିଜ୍ଞାନ ଅଧ୍ୟାପିକା ସୁପ୍ରିୟା ନନ୍ଦ, ଅର୍ଥାଶାସ୍ତ୍ର ଅଧ୍ୟାପକ ପ୍ରଭାତ କୁମାର ପୁରୋହିତ ଏବଂ ରାଜନୀତି ବିଜ୍ଞାନ ଅଧ୍ୟାପକ ଶ୍ରୁତି ରଞ୍ଜନ ଭରାସାଗର ଟେବୁଲେସନ ଦାୟୀତ୍ଵ ରେ ଥିଲେ l ସେମାନେ ବିଶ୍ୱରୁପା ଙ୍କୁ ଇତିହାସ ଅଧ୍ୟାପିକା ପ୍ରାକ୍ଟିକାଲ ରେ ଦେଇଥିବା ୧୯ ମାର୍କ କୁ କିପରି ୯ ମାର୍କ କଲେ ତାହା ସନ୍ଧେହ ଘେରରେ l ଯଦି କାର୍ଯ୍ୟ ଚାପ ଯୋଗୁଁ ଭୁଲ ହୋଇଗଲା ତେବେ କଲେଜ ଅଧ୍ୟକ୍ଷ କିପରି ଆଖିବୁଜି ଦସ୍ତଖତ ରେ କାଉନସିଲ କୁ ଛାତ୍ରୀ ଙ୍କ ମାର୍କ ପଠାଇଲେ l କଲେଜ ର ଏପରି କାର୍ଯ୍ୟ ସାଧାରଣ ରେ କଲେଜ କର୍ତ୍ତୃପକ୍ଷ ଙ୍କ ଖାମଖିଆଲ ମନୋଭାବ ଯୋଗୁଁ ଜଣେ ଛାତ୍ରୀ ୧୦ ମାର୍କ ପାଇଁ ତା ଭବିଷ୍ୟତ ଗତି ପଥ ବଦଳି ଯିବ ସେ ତାଙ୍କ ମାର୍କ ରେ ଯଦି ୧୦ ମାର୍କ ମିଶି ଯାଇଥିଲେ ସେ ରାଜ୍ୟ ରେ ୫ ମ ନମ୍ବର ରେ କୃତିତ୍ୱ ହେବା ସହିତ ଜିଲ୍ଲା ରେ ୨ୟ ସ୍ଥାନ ରେ ରହି ପାରିଥାନ୍ତେ l ସେ ଏ ନେଇ ମାନସିକ ଭାରସାମ୍ୟ ଓ ଦୁଃଖ ରେ ଥିବା କଥା ପରିବାର ଲୋକେ କହିଛନ୍ତି l ଏ ନେଇ ବୀରମହାରାଜପୁର ଉପ ଜିଲ୍ଲାପାଳ ସୁରେନ୍ଦ୍ର ମେହେର ଙ୍କୁ ଗଣମାଧ୍ୟମ ପ୍ରତିନିଧି ମାନେ ଯୋଗାଯୋଗ କରିବାରୁ ମୁଁ କାର୍ଯ୍ୟ ରେ ଯୋଗଦେବା ପରେ ଯେତେବେଳେ ଘଟଣା ବିଷୟରେ ଜାଣିଲି କଲେଜ ଅଧ୍ୟକ୍ଷ କୁ ଡାକି ସମସ୍ତ ବିଷୟ ପଚାରିବା ସହିତ ତୁରନ୍ତ କାଉନସିଲ କୁ ସ୍ଵତନ୍ତ୍ର ଭାବେ ପଠେଇ ଆବଶ୍ୟକ କାର୍ଯ୍ୟ କରି ମେଧାବୀ ଛାତ୍ରୀ କୁ ନ୍ୟାୟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି l ଖୁବ୍ ଶୀଘ୍ର ସମସ୍ୟା ସମାଧାନ ହେବ ଏବଂ ତାଙ୍କ ମାର୍କ ପୂର୍ବ ମାର୍କ ସହ ସଂଯୋଗ ହେବ ବୋଲି କହିଥିଲେ l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..

Leave a Reply

Your email address will not be published. Required fields are marked *