ବୁଡାଗୁଡା ବାସୀ ପାଇଲେ ପୋଲିସ ଫାଣ୍ଡି ,ଜଣେ ଏଏସଆଇ ନିଯୁକ୍ତ
ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ଏକ ମାଓପ୍ରବଣ ଜିଲ୍ଲା ଭାବରେ ପରିଗଣିତ ।ସେଥିପାଇଁ ଜିଲ୍ଲାରେ ସମସ୍ତ ଉପାନ୍ତ ଅଞ୍ଚଳରେ ଖୋଲିଛି ପୋଲିସ ଥାନା ବା ଫାଣ୍ଡି ।ଉପାନ୍ତ ଅଞ୍ଚଳରେ ପୋଲିସ ଫାଣ୍ଡି ବା ଥାନା ନିର୍ମାଣ ଫଳରେ ମାଓବାଦୀଙ୍କ କାଯ୍ୟ କଳାଉ ଉପରେ ପୋଲିସର ତିଖ୍ନ ନଜର ରହିଥିବା କହିଛନ୍ତି ବାଲିଗୁଡା ଏସଡିପିଓ ।ଦୀର୍ଘ ଦିନ ହେଲା ବାଲିଗୁଡା ଥାନା ଅଧିନରେ ଥିବା ବୁଡାଗୁଡା ପୋଲିସ ଫାଣ୍ଡିଟି ଅଚଳ ହୋଇ ପଡିରହିଥିଲା ।ଯାହା ଫଳରେକି ଏହି ଉପାନ୍ତ ଅଞ୍ଚଳରେ ଅପରାଧିକ କାଯ୍ୟକଳାପ ହଜାନୀ,ଡକାୟତ,ମର୍ଡର ଓ ମାଓବାଦୀଙ୍କ ଚଳପ୍ରଚଳ ଲାଗିରହିଥିଲା ।

ସ୍ଥାନୀୟ ଜନସାଧାରଣ ବାରମ୍ବାର ଜିଲ୍ଲା ପ୍ରଶାସନକୁ ଫାଣ୍ଡି ଖୋଲିବାକୁ ଦାବୀ କରିଥିଲେ ।ଦୀର୍ଘ ଦିନର ଲୋକଙ୍କ ଦାବୀ ପୂରଣ କରି ପୁଣି ପୋଲିସ ଫାଣ୍ଡିକୁ ଶୁଭଉଦ୍ଦଘାଟନ କରାଯାଇଛି ।ଏହି ଉଦ୍ଦଘାଟନ ରେ କନ୍ଧମାଳ ଏସପି ଯୋଗଦାନ କରି ରିବନ କାଟିବା ସହିତ ଫାଣ୍ଡିର ପରିଚାଳନା କୁ ତନ ତନ କରି ପରଖିଥିବା ଦେଖିବାକୁ ମିଳିଥିଲା ।ଏହି ପୋଲିସ ଫାଣ୍ଡିରେ ୨୪ ଘଣ୍ଟା ପୋଲିସର ପ୍ଳାର୍ଟନ ରହିବା ସହିତ ଜଣେ ଏଏସ୍ଆଇ ଏଠାରେ ନିଯୁକ୍ତୀ ପାଇଥିବା ସୂଚନା ଦେଇଛନ୍ତି ବାଲିଗୁଡା ଏସଡିପିଓ ରାମେନ୍ଦ୍ର ପ୍ରସାଦ ।
