ବୁଦ୍ଧେଶ୍ୱରୀରେ ରଜ ମହୋତ୍ସବ

ଓଡିଆ ଘରର ସଂସ୍କୃତି ତଥା ମହାନ କୃଷିପର୍ବ ରଜ ଉତ୍ସବ ରାଜଧାନୀ ଭୁବନେଶ୍ୱର ସ୍ଥିତ ବୁଦ୍ଧେଶ୍ୱରୀ କମ୍ୟୁନିଟ୍ ହଲ୍ ରେ ପାଳିତ ହୋଇଯାଇଛି। ଏଥିରେ ଓଡିଆ ଘରର କଳା, ସାହିତ୍ୟ ଓ ସଂସ୍କୃତି ପିଠାପଣା, ଦୋଳୀ, ବିଭିନ୍ନ ପ୍ରତିଯୋଗୀତା ଅନୁଷ୍ଠିତ ହେବା ସହିତ ବହୁ ବର୍ଗର ନେତୃବୃନ୍ଦ ଅଂଶ ଗ୍ରହଣ କରିଥିଲେ। ଏହି ପର୍ବ ମା’ ମାଟିର କଥା କାରଣ ଯାହା ପୃଥିବୀ ତଥା ଭାରତର କୌଣସି ସ୍ଥାନରେ ପାଳିତ ହୁଏନି ତାହା ଆମ ରାଜ୍ୟରେ ଏପରିକି ପୃଥିବୀର ଯେଉଁ କୋଣରେ ଓଡିଆମାନେ ରହୁଛନ୍ତି ସେମାନେ ଉତ୍ସାହ ଉଦ୍ଦିପନାର ସହ ଏହାକୁ ପାଳନ କରି ମା’ ମାଟିର ମହତ୍ୱ ତଥା ପରମ୍ପରାକୁ ସୁଚାଇଥାନ୍ତି। ଏହା ମଧ୍ୟ ଆମ ଅସ୍ମିତାର ଅଂଶ ବିଶେଷ। ଏହି ପର୍ବ ଭାଇଚାରାକୁ ବଞ୍ଚାଇ ରଖିବା ସହ ଆଗାମୀ ପିଢି ପାଇଁ ଉତ୍ସ ହେବ ବୋଲି ବିଭିନ୍ନ ଅତିଥି ମତବ୍ୟକ୍ତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ବାବୁ ସିଂ, ବିଜେପି ନେତା ଜଗନ୍ନାଥ ପ୍ରଧାନ, କର୍ପୋରେଟର ଅମରେଶ ଜେନା, ପୂର୍ବତନ କର୍ପୋରେଟ୍ର ସୁରେଶ ଜେନା, ସମାଜସେବୀ ପ୍ରଭାତ ମାର୍ଥା, ଯୁବନେତା ରଶ୍ମିରଂଜନ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ଏହି ଉତ୍ସବକୁ ମଙ୍ଗଳା କ୍ଲବ, ପତିତପାବନ କ୍ଲବ, ଡାଇମଣ୍ଡ କ୍ଲବ , ବୁଦ୍ଧେଶ୍ୱରୀ ୱେଲଫେୟାର କମିଟିର ସଦସ୍ୟମାନେ ପରିଚାଳନା କରିଥିଲେ।