ବୁଦ୍ଧ ପୂର୍ଣ୍ଣିମାରେ ବୁଦ୍ଧଙ୍କ ପ୍ରତିମୂର୍ତ୍ତିକୁ ଭାଙ୍ଗିଲେ ଦୁର୍ବୃତ୍ତ ,ଥାନାରେ ଏତଲା

ବୁଦ୍ଧ ପୂର୍ଣ୍ଣିମାରେ ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ଟାମ୍ପରଗୁଡା ଗ୍ରାମ ନିକଟସ୍ଥ ବୁଦ୍ଧ ପାହାଡରେ କିଛି ଅଜଣା ଦୁର୍ବୃତ ବୁଦ୍ଧଙ୍କ ପ୍ରତିମୂର୍ତ୍ତିକୁ ଭାଙ୍ଗି ଦେଇଛନ୍ତି। ଏ ନେଇ ଭଗତ ସିଂହ ଆସୋସିଏସନ ପକ୍ଷରୁ ବୁଦ୍ଧଙ୍କ ପ୍ରତି ଥିବା ଆସ୍ଥା ଓ ବିଶ୍ୱାସରୁ ଦୂର କରିବାକୁ ଏପରି ଦୁବୃତଙ୍କ ଏକ ପ୍ରୟାସ କରିଛନ୍ତି ବୋଲି ଚାନ୍ଦିଲି ଥାନାରେ ଲିଖିତ ଅଭିଯୋଗ କରାଯାଇଛି।
ସୂଚନା ମୁତାବକ ପବିତ୍ର ବୁଦ୍ଧ ପୂର୍ଣ୍ଣିମା ଆବସରରେ ବୁଦ୍ଧ ପାହାଡରେ ବୁଦ୍ଧଙ୍କ ପ୍ରତିମୂର୍ତ୍ତିକୁ ଉଦଘାଟନ ସହ ବୁଦ୍ଧ ପୂର୍ଣ୍ଣିମା କାର୍ଯ୍ୟକ୍ରମ ଆୟୋଜନ ହୋଇଥିବା ବେଳେ ରବିବାର ରାତିରେ ବୁଦ୍ଧ ପ୍ରତିମୂର୍ତ୍ତିକୁ ଭାଙ୍ଗିବା ସହ ସେଠାରେ ଥିବା ସାଉଣ୍ଡ ସିଷ୍ଟମ ଓ ଛୋଟିଆ ପିତ୍ତଳର ବୁଦ୍ଧ ମୂର୍ତ୍ତିକୁ କିଛି ଦୁର୍ବୃତ୍ତ ଚୋରାଇଛନ୍ତି ।
ଉକ୍ତ ଘଟଣାରେ ବିଏସପିର ଜିଲ୍ଲା ସଭାପତି ଜିତୁ ଯାକେସିକା ତୀବ୍ର ନିନ୍ଦା କରିଥିବା ବେଳେ ଭଗତସିଂହ ଆସୋସିଏସନ ଓ ଆମ୍ବେଦକର ଆସୋସିଏସନ ତରଫରୁ ଚେତାବନୀ ଦେଇଛନ୍ତି ଯେ ଯଦି ପୋଲିସ ଦୁବୃତଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ଆଗାମୀ ଦିନରେ ଏକ ବଡ଼ ଧରଣର ଆନ୍ଦୋଳନ କରାଯିବ ବୋଲି ।
ରିପୋର୍ଟ: ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ