October 24, 2025
Home » ବୁଲାକୁକୁରଙ୍କ ଆକ୍ରମଣରେ କୁନିଝିଅ ମୃତ୍ୟୁ

ବୁଲାକୁକୁରଙ୍କ ଆକ୍ରମଣରେ କୁନିଝିଅ ମୃତ୍ୟୁ

0
WhatsApp Image 2024-12-26 at 5.26.13 PM

କୋରାପୁଟ ଜିଲା ବୋରିଗୁମ୍ମା ଥାନା ଅଧୀନ ଫୁଫୁଗାଁରେ ଜଣେ ଚାନ୍ଦିନୀ ହରିଜନ ନାମକ କୁନି ଝିଅ ନିଜ ଭାଇ ସହ ଘର ଦାଣ୍ଡରେ ଖେଳିବା ସମୟରେ ହଠାତ୍ ୪-୫ ଟି ବୁଲକୁକୁର ପ୍ରଥମେ ଚାନ୍ଦିନୀକୁ ଆକ୍ରମଣ କରିଥିଲେ । ଭୟରେ ଭାଇ ସେଠାରୁ ଚାଲି ଯାଇ ଗାଁ ଲୋକଙ୍କୁ ଖବର କରିବା ପରେ ଗାଁ ଲୋକେ ଘଟଣାସ୍ଥଳରେ ପହଞ୍ଚି କୁକୁରଗୁଡ଼ିକ ଘଉଡ଼ାଇବା ପରେ ରକ୍ତ ଯୁଡୁବୁଡୁ ଅବସ୍ଥାରେ ଝିଅଟିକୁ ତୁରନ୍ତ କୁମୁଲିପୁଟ ଡାକ୍ତରଖାନା ନେବା ପରେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ନବରଙ୍ଗପୁର ଜିଲ୍ଲାରେ ମୃତ କୁନି ଝିଅର ବାପାମାଆ ରହୁଥିବା ବେଳେ ଅଜା ଘରେ ରହି ଝିଅ ପାଠ ପଡୁଥିଲେ । ଝିଅର ମୃତ ପରେ ଗାଆଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଯାଇଛି ।

ରିପୋର୍ଟ:କୋରାପୁଟ ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *