ବୃତ୍ତି ପରୀକ୍ଷା ରେ ଛାତ୍ରୀ ଙ୍କ କୃତିତ୍ୱ
ସୁବର୍ଣ୍ଣପୁର — ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ପଲଶାଗୋରା କ୍ଲଷ୍ଟର ର ବାଲିଯୋରୀ ୟୁ. ଜି. ଏମ. ଇ. ବିଦ୍ୟାଳୟ ର ଛାତ୍ରୀ ସରସ୍ବତୀ ପ୍ରଧାନ ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷା ରେ ସଫଳତା ହାସଲ କରି ବୃତ୍ତି ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି l ଏହା ପୂର୍ବରୁ ସେ ତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷା ରେ ମଧ୍ୟ ସଫଳତା ହାସଲ କରି ବୃତ୍ତି ପାଇଥିଲେ l ସେ ବରପଦର ଗ୍ରାମର ଶ୍ରୀ ସୁରଥ ପ୍ରଧାନ ଓ ଶ୍ରୀମତୀ ଜାମାମଣି ପ୍ରଧାନ ଙ୍କର ସୁପୁତ୍ରୀ ଅଟନ୍ତି l ଏହି ସଫଳତା ବାପା, ମାଆ ତଥା ବିଶେଷକରି ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ଉଦ୍ଧବ ମହାଲିକ ଙ୍କର ପ୍ରତ୍ୟକ୍ଷ ତତ୍ତ୍ଵlବଧାନ ଏବଂ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ଯୋଗୁଁ ସମ୍ଭବ ହୋଇଛି ବୋଲି ପ୍ରକାଶ କରିଛନ୍ତି l ଛାତ୍ରୀ ଙ୍କ କୃତିତ୍ୱ ଅର୍ଜନ ଯୋଗୁଁ ପ୍ରଧାନ ଶିକ୍ଷକ ପୁଷ୍ପଗୁଚ୍ଛ ଓ ପଠନ ସାମଗ୍ରୀ ପ୍ରଦାନ କରି ତାଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
