ବୃହତ୍ ବନ୍ଦର ସାଂସ୍କୃତିକ ସମାରୋହ ଉଦ୍ଘାଟିତ

ପାରାଦୀପ ବନ୍ଦର ଏବଂ ବୃହତ୍ ବନ୍ଦର କ୍ରୀଡ଼ା ନିୟନ୍ତ୍ରଣ ବୋର୍ଡର ମିଳିତ ଆନୁକୁଲ୍ୟରେ ୨୪ତମ ବୃହତ୍ ବନ୍ଦର ସାଂସ୍କୃତିକ ସମାରୋହ ୧୨ ତାରିଖ ଦିନ ବନ୍ଦର ନଗରୀ ପାରାଦୀପର ବାଣୀପୀଠ ଜୟଦେବ ସଦନ ଠାରେ ମହା ଆଡ଼ମ୍ବରରେ ଉଦ୍ଘାଟିତ ହୋଇଯାଇଛି । ଉଦ୍ଘାଟନୀ ସମାରୋହକୁ ବନ୍ଦର ଉପାଧ୍ୟକ୍ଷ ନୀଲାଭ୍ର ଦାସଗୁପ୍ତା ଉଦ୍ଘାଟନ କରି ବିଭିନ୍ନ ବନ୍ଦରରୁ ଆସିଥିବା କଳାକାର ମାନଙ୍କର ମାର୍ଚ୍ଚପାଷ୍ଟରେ ଅଭିବାଦନ ଗ୍ରହଣ କରିବା ସଙ୍ଗେ ସଙ୍ଗେ ଆସନ୍ତା ୪ଦିନ ଧରି ଆୟୋଜିତ ହେଉଥିବା ଏହି ସମାରୋହର ସଫଳତା କାମନା କରିଥିଲେ । ସେ କହିଥିଲେ କି ଏହି ସମାରୋହ ମାଧ୍ୟମରେ ବିଭିନ୍ନ ବନ୍ଦରରୁ ଆସିଥିବା କର୍ମଚାରୀ ମାନଙ୍କ ମଧ୍ୟରେ ଭାବର ଆଦାନ ପ୍ରଦାନ ହେବା ସଙ୍ଗେ ସଙ୍ଗେ ନିଜ ନିଜ ରାଜ୍ୟର ଭାଷା ଓ ସଂସ୍କୃତିର ଝଲକ ପ୍ରସ୍ତୁତ କରିବାର ସୁଯୋଗ ମିଳିବ । ଏହି ଅବସରରେ ଗୋପବନ୍ଧୁ କ୍ରୀଡ଼ା ସଂସଦର ସଭାପତି ତଥା ବନ୍ଦର ଅର୍ଥ ପରାମର୍ଶଦାତା ଡି ଏନ୍ ସୋନ୍ଧିଙ୍କ ସଭାପତିତ୍ଵରେ ଆୟୋଜିତ ଉଦ୍ଘାଟନୀ କାର୍ଯ୍ୟକ୍ରମରେ କାର୍ଯ୍ୟକାରୀ ସଭାପତି ଡକ୍ଟର ଦୁର୍ଗା ପ୍ରସାଦ ସେଠୀ ସ୍ଵାଗତ ଭାଷଣ ଦେଇଥିଲେ । ବନ୍ଦରର ଡି ସି କ୍ୟାପଟେନ ଅଲେଖ ସାହୁ, ଟ୍ରାଫିକ ପରାମର୍ଶଦାତା ଆଶିଷ ବୋଷ, ଉପ ମୁଖ୍ୟ ଅର୍ଥ ପରାମର୍ଶଦାତା ଆର ଏନ୍ ମିଶ୍ର ମଞ୍ଚରେ ଉପସ୍ଥିତ ଥିଲେ । ଉଦ୍ଘଟାନି ସମାରୋହକୁ ସଂସଦର ସଚିବ ରଞ୍ଜନ ରଶ୍ମି ବେଉରା ପରିଚାଳନା କରିଥିବା ବେଳେ ରବି ଦାସ ଧନ୍ୟବାଦ୍ ଅର୍ପଣ କରିଥିଲେ । ଏହି ସମାରୋହରେ ଆୟୋଜକ ପାରାଦୀପ ବନ୍ଦର ଛଡ଼ା କଲିକତା, ମୁମ୍ବାଇ, ଚେନ୍ନାଇ, କୋଚିନ, ଭି ଓ ଚିଦାମ୍ୱରନାର, ଦିନଦୟାଲ, ଜବାହର ଲାଲ ନେହେରୁ ବନ୍ଦର ଅଂଶ ଗ୍ରହଣ କରୁଛନ୍ତି ଏବଂ ଏହା ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ ତଥା ବନ୍ଦରର ଅନ୍ତେବାସୀ ୪ ଦିନ ଧରି ବିଭିନ୍ନ ଭାଷାରେ ନାଟକ ଭି ଓ ସଙ୍ଗୀତ ଉପଭୋଗ କରିବାର ସୁଯୋଗ ପାଇବେ । ଉଦ୍ଘାଟନୀ ସନ୍ଧ୍ୟାରେ ଦିନ ଦୟାଲ ବନ୍ଦରର କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଥିଲେ ।
paradeep ru prasant das nka report