February 5, 2025
Home » ବେଆଇନ ଗୋରୁ ଚାଲାଣ, ଗୋରୁ ଉଦ୍ଧାର

ବେଆଇନ ଗୋରୁ ଚାଲାଣ, ଗୋରୁ ଉଦ୍ଧାର

0

 

ବେଆଇନ ଗୋରୁ ଚାଲାଣ କୁ ଧରିଲେ ଗ୍ରାମବାସୀ l ଗୋ ସୁରକ୍ଷା ସମିତି ଜରିଆରେ ଗ୍ରାମବାସୀଙ୍କୁ ଦାୟିତ୍ବ ଦିଆଗଲା ସମସ୍ତ ଗୋରୁ l ବୁଧବାର ବିଳମ୍ବିତ ରାତିରେ କିଛି ଲୋକ ଶତାଧିକ ଗୋରୁଙ୍କୁ ଚଲେଇ ଚଲେଇ ନେଉଥିବା ବେଳେ ବୌଦ୍ଧ ଥାନା ଅନ୍ତର୍ଗତ ବାମଣ୍ଡା ନର୍ସରୀ ଠାରେ ସେମାନଙ୍କୁ ଗ୍ରାମ ର କିଛି ଯୁବକ ଅଟକାଇ ଗୋରୁ ସମ୍ପର୍କରେ ପଚାରି ବୁଝିଥିଲେ l ମାଫିଆ ମାନେ ଗୋରୁ ଛାଡି ଦୌଡ଼ି ପଳାଇ ଥିଲେ l ସେମାନଙ୍କ ନିକଟରେ ଗୋରୁ ସମର୍କିତ କୌଣସି ତଥ୍ୟ ନଥିଲା l ଫଳରେ ଗୋରୁ ଙ୍କୁ ହତ୍ୟା ପାଇଁ ବାହାର ରାଜ୍ୟକୁ ଚାଲାଣ କରାଯାଉଥିବା ସନ୍ଦେହରେ ଯୁବକ ମାନେ ଗୋସୁରକ୍ଷା ସମିତିକୁ ଖବର ଦେଇଥିଲେ l

ଗୋ ସୁରକ୍ଷା ସମିତିର କର୍ମକର୍ତ୍ତା ଅନୁଧ୍ୟାନ କରି ବେଆଇନ ଭାବରେ ଗୋରୁ ଚାଲାଣ କରାଯାଉଥିବା ପ୍ରମାଣ ପାଇବା ପରେ ଏତେଗୁଡିଏ ଗୋରୁ ଙ୍କ ରକ୍ଷଣା ବେକ୍ଷଣ କୁ ଦୃଷ୍ଟିରେ ରଖି ବିଭିନ୍ନ ଗ୍ରାମର କୃଷକ ଙ୍କୁ ତାଙ୍କର ସମ୍ପୂର୍ଣ୍ଣ ଠିକଣା ଓ ଆଧାରକାର୍ଡ଼ କପି ରଖି ଦୁଇଟି ଲେଖାଏଁ ଗୋରୁର ଦାୟିତ୍ୱ ଦେଇଥିଲେ l ଏହି ସମସ୍ତ ଗୋରୁ ସିନ୍ଧି, ହରିୟାଣା ପ୍ରଜାତିର l ଏହା ବାହାର ଜ଼ିଲ୍ଲାରୁ ସଂଗ୍ରହ କରାଯାଇ ବୌଦ୍ଧ ବାଟ ଦେଇ ବାହାର ରାଜ୍ୟକୁ ଚାଲାଣ ହେଉଥିବା ସନ୍ଧେହ କରାଯାଇଛି l ଏଠାରେ ସୂଚନା ଯୋଗ୍ୟଯେ, ବୌଦ୍ଧ ଜ଼ିଲ୍ଲା ଚୋରା ଗୋରୁ ବେପାରୀଙ୍କ ସୁରକ୍ଷା ପଥ l ଏହି ପଥ ଦେଇ ଖୋର୍ଦ୍ଧା ଜ଼ିଲ୍ଲା କୁ ଅନେକ ସମୟରେ ଗୋରୁ ଚାଲାଣ କରାଯାଉଥିବା ଅଭିଯୋଗ ହୋଇ ଆସୁଛି l

 

ସୁବର୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *