March 13, 2025
Home » ବେଦିକ ବିଶ୍ବଶାନ୍ତି ସମିତି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ

ବେଦିକ ବିଶ୍ବଶାନ୍ତି ସମିତି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ

0

ସ୍ଥାନୀୟ ଧର୍ମ ନଗର ସ୍ଥିତ ରୋଟାରୀ କ୍ଲବ୍ ଅଫ୍ ଇଷ୍ଟ୍ ସଭଗୃହରେ ବେଦିକ ବିଶ୍ବଶାନ୍ତି ସମିତି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ଏଥିରେ ସମିତିର ସମ୍ପାଦକ ରାମ ଶଙ୍କର ଶତପ‌ଥୀ, ଆଇନ ପରାମର୍ଶଦାତା ସ୍ଵରାଜ୍ୟ ସାହୁ ଏବଂ ମୁଖ୍ୟ ଉପଦେଷ୍ଟା ଷ୍ଟା ଗୌରି ଶଙ୍କର ମହାକୁଡ ପ୍ରମୁଖ ଉପସ୍ଥିତ ରହି ସୂଚନା ଦେଇଛନ୍ତି ।ଓଡିଶାର ଇତିହାସରେ ପ୍ରଥମ ଥର ପାଇଁ ଏକ ବିଶାଳ ଆଧାତ୍ମିକ ମହାଯଜ୍ଞ ବ୍ରହ୍ମପୁର ସହରରେ ଅନୁଷ୍ଠିତ ହେବାକୁ ଯାଉଅଛି । ଏ ଏହି ଅବସରରେ ଆସନ୍ତା ୧୧.୦୧.୨୦୨୫ ଠାରୁ ୧୪.୦୧.୨୦୨୫ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ଆମ୍ବପୁଆ ସ୍ଥିତ ବିବେକ ବିହାର ଖେଳ ପଡିଆ ଠାରେ ୧୦୦୮ ଶ୍ରୀ ଦୁର୍ଗା ସପ୍ତଶତୀ ଚଣ୍ଡୀ ପାରାୟଣ ଏବଂ ନବକୁଣ୍ଡୀୟ ବିଶ୍ବଶାନ୍ତି ଶ୍ରୀ ରଦ୍ରଚଣ୍ଡୀ ମହାଯଜ୍ଞ କାର୍ଯ୍ୟକ୍ର କ୍ରମ ଆୟୋଜନ କରାଯିବ ।

ତେବେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥ୍ ରୂପେ ଶ୍ରୀ ବାଗେଶ୍ବର ଧାମର ବାବା ଶ୍ରୀ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ ଜୀ ମହାରାଜ ଯୋଗଦାନ କରିବା ପାଇଁ ସିକୃତି ପ୍ରଦାନ କରିଥିବା ବେଳେ, ସମ୍ମାନିତ ଅତିଥ୍ ରୂପେ ଶ୍ରୀ କାଞ୍ଚି କାମକୋଟି ପୀଠାଧୀଶ୍ବର ଶଙ୍କରାଚାର୍ଯ୍ୟ ଶ୍ରୀ ଶଙ୍କର ବିଜୟେନ୍ଦ୍ର ସ୍ବାମି ଜୀ ଏବଂ ଶ୍ରୀ ଗୋବଦ୍ଧନ ପୀଠାଧୀଶ୍ବର ଶଙ୍କରାଚାର୍ଯ୍ୟ ଶ୍ରୀ ନିଶ୍ଚଳାନନ୍ଦ ସରସ୍ବତୀ ମହାରାଜ ଯୋଗଦାନ କରିବେ ।ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ରୂପେ ବିଶିଷ୍ଟ କଣ୍ଠ ଶିଳ୍ପୀ ତଥା ଭଜନ ସମ୍ରାଟ ପଦ୍ମଶ୍ରୀ ଅନୁପ ଜଲୋଟା ଜୀ ଯୋଗଦାନ କରିବେ ।

ବ୍ରହ୍ମପୁର ଈପିଏରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *