ବୋଧଗୟା ମୁକ୍ତି ଆନ୍ଦୋଳନକାରିଙ୍କ ଧାରଣା ଓ ମଶାଲ ଯାତ୍ରା

ପ୍ରାଚୀନ କାଳରୁ ଓଡ଼ିଶାରେ ବୌଦ୍ଧଧମ୍ମର ବ୍ୟାପକ ପ୍ରସାର ଲାଭ କରିଥିଲା l ଏପରିକି ବୁଦ୍ଧଦେବଙ୍କ ସଂବୋଧିପ୍ରାପ୍ତି ସମୟରୁ ବୌଦ୍ଧଧମ୍ମ ଓଡ଼ିଶାର ସାଂସ୍କୃତିକ ପରିମଣ୍ଡଳରୁ ଆସିଛି, ତାହା ବୌଦ୍ଧ ସାହିତ୍ୟ , ଦର୍ଶନ ଓ ପ୍ରତ୍ନତାତ୍ତ୍ଵିକ ଅନୁସନ୍ଧାନରୁ ଆମେ ଜାଣିବାକୁ ପାଉ l ସମ୍ରାଟ ଅଶୋକଙ୍କ ରାଜତ୍ଵକଳରୁ ନିରବଛିନ୍ନ ଭାବରେ ଓଡ଼ିଶାରେ ବୌଦ୍ଧଧମ୍ମ ଚିନ୍ତା ଓ ଚେତନାରେ , କଳା ଓ ସ୍ଥାପତ୍ୟରେ ଉଜ୍ଜୀବିତ ଓ ପରିସ୍ଫୁଟିତ l ଖ୍ୟାତି ସମ୍ପନ୍ନ ବିଦ୍ୱାନଙ୍କ ମତରେ ‘ଓଡ଼ିଶା ହେଉଛି ବୁଦ୍ଧଧମ୍ମର ଲାଳନ ପାଳନ ଭୂମି ‘
l ସମଗ୍ର ବିଶ୍ୱର ବୌଦ୍ଧମାନଙ୍କ ଉପାସନାର କେନ୍ଦ୍ରସ୍ଥଳ ମହାବୋଧି ମହାବିହାରକୁ ଅଣବୌଦ୍ଧାଙ୍କ କରାୟତରୁ ମୁକ୍ତ କରିବା ପାଇଁ ଗତ ଫେବୃୟାରୀ ୧୨ ତାରିଖ ଠାରୁ ଅନିର୍ଦ୍ଧିଷ୍ଠ କାଳୀନ ଧାରଣା ଚାଲୁଅଛି l
ସେହି ଆନ୍ଦୋଳନକୁ ସମଗ୍ର ଦେଶରେ ବ୍ୟାପକ କରିବା ପାଇଁ ଅଗଷ୍ଟ ୧୦ ତାରିଖରେ ନାଗପୁର ଠାରୁ ମଶାଲ ଯାତ୍ରା ଆରମ୍ଭ ହୋଇଛି ,ଏହି କ୍ରମରେ ଓଡ଼ିଶାରେ ମଧ୍ୟ ଗତକାଲି (୨୫ ତାରିଖ) ଭୁବନେଶ୍ୱର ସ୍ଥିତ ବୁଦ୍ଧ ମନ୍ଦିର ଠାରେ ମଶାଲ ଯାତ୍ରାର ଶୁଭାରମ୍ଭ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡ଼. ଆକାଶ ଲାମା , ( ବୋଧଗୟା ମୁକ୍ତି ଆନ୍ଦୋଳନର ମୁଖ୍ୟ ଉଦ୍ୟକ୍ତା ତଥା ସାଧାରଣ ସମ୍ପାଦକ, ଅଲ ଇଣ୍ଡିଆ ବୁଦ୍ଧିଷ୍ଟ ଫୋରମ ) , ସମ୍ମାନିତ ଅତିଥି ଭାବେ ଭନ୍ତେ ଚନ୍ଦ୍ରକ୍ରୀତି, ଭନ୍ତେ ଧମ୍ମତପ୍ , ଧିମାନ ଚନ୍ଦ୍ରବୋଧି ପାଟିଲ ଓ ଧୀମତୀ ସବିନା ଲାମା ଯୋଗଦେଇଥିଲେ l ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ସମସ୍ତ ଜିଲ୍ଲାରୁ ବହୁସଂଖ୍ୟାରେ ବୁଦ୍ଧିଜୀବୀ ଯୋଗଦେଇଥିଲେ ଏବଂ ବୋଧଗୟା ମୁକ୍ତି ଆନ୍ଦୋଳନ ପାଇଁ ଓଡ଼ିଶା ପକ୍ଷରୁ ଅତିଥିମାନଙ୍କୁ ଏକ ଲକ୍ଷ ଟଙ୍କା ସହଯୋଗ ରାଶି ପ୍ରଦାନ କରାଯାଇଥିଲା l