ବୌଦ୍ଧିକ ଭିନ୍ନକ୍ଷମ ଶିଶୁ ଙ୍କ ଚେସ ପ୍ରଶିକ୍ଷଣ ଶିବିର ଉଦଘାଟିତ

ସୁବର୍ଣ୍ଣପୁର :ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ଧୂବାମୁଣ୍ଡା ରେଆର କାର୍ଯ୍ୟାଳୟ ପରିସରରେ ଜିଲ୍ଲା ଭିନ୍ନକ୍ଷମ ଅଭିଭାବକ ସଂଘ ସୁବର୍ଣ୍ଣପୁର ଓ ଜିଲ୍ଲା ଚେସ ସଂଘ ର ମିଳିତ ସହଯୋଗ ରେ ଚାରିଦିନିଆ ଚେସ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି l ପ୍ରଶିକ୍ଷକ ଭାବରେ ଦାଶରଥି ସାହୁ ଯୋଗ ଦେଇ ପ୍ରଶିକ୍ଷଣ ପ୍ରଦାନ କରିଥିଲେ l ଏଥିରେ ଚଉଦ ଜଣ ଦିବ୍ୟାଙ୍ଗ ଶିଶୁ ଅଂଶଗ୍ରହଣ କରିଥିଲେ l ଠିକ ସେହିପରି ସୁକାନ୍ତି ଇଣ୍ଟରନେଶନାଲ ସ୍କୁଲ ରେ ଆୟୋଜିତ ହୋଇଥିବା ଚେସ ପ୍ରଶିକ୍ଷଣ କୁ ଅଧ୍ୟକ୍ଷ ସନ୍ତୋଷ କୁମାର ବାସ ଉଦଘାଟନ କରିଥିଲେ l ଏଥିରେ କୋଡିଏ ଜଣ ଶିଶୁ ଅଂଶଗ୍ରହଣ କରିଥିଲେ l ଏହା ଆସନ୍ତା ରବିବାର ପର୍ଯ୍ୟନ୍ତ ଚାଲିବାକୁଥିବା ଖେଳ କୁ ରେଆର ର ସ୍ୱତନ୍ତ୍ର ପ୍ରଶିକ୍ଷକ ମାନେ ପରିଚାଳନା କରିଥିଲେ l
ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର