ବୌଦ୍ଧ କେଳାକଟା ଠାରେ ଗୋବର୍ଦ୍ଧନ ପୂଜା ଅନୁଷ୍ଠିତ l
ବୌଦ୍ଧ –ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଳକ ମଥୁରା ପଂଚାୟତ କେଳାକଟା ସ୍ଥିତ ଗୋବର୍ଦ୍ଧନ ପାହାଡ଼ରେ ପବିତ୍ର ଗୋବର୍ଦ୍ଧନ ପୂଜା ଅନୁଷ୍ଠିତ ହୋଇଯାଇଛି l ମାହେଶ୍ୱରୀ ଗୋଶାଳା ଓ ଜରା ଆଶ୍ରମ ସହାୟତାରେ କେଳାକଟା ଗ୍ରାମ୍ୟ କମିଟି ଓ ଭଗବାନ ଗୌତ୍ତମ ବୁଦ୍ଧ ରାଷ୍ଟ୍ରୀୟ ଶାନ୍ତି କମିଟି ଆୟୋଜନକ୍ରମେ ସର୍ବପ୍ରଥମେ କାମଧେନୁ ଗୋମାତା ପୂଜନ, କେଳାକଟା ଗୋବର୍ଦ୍ଧନ ପାହାଡ଼ରେ ସ୍ଥାପିତ ଭଗବାନ ଗୌତ୍ତମ ବୁଦ୍ଧଙ୍କ ପ୍ରତିମୂର୍ତ୍ତି ଓ ଆବାହନ କାଳରୁ ସ୍ଥାପିତ ପଞ୍ଚୁପାଣ୍ଡବଙ୍କ ଉଦେଶ୍ୟରେ ପୂଜାର୍ଚ୍ଚନା କରାଯାଇଥିଲା l ପୂଜକଭାବେ ବାବା ଖଗେଶ୍ୱର ବାନପ୍ରସ୍ତି ପୂଜାର୍ଚ୍ଚନା କରିଥିବାବେଳେ କାର୍ତ୍ତାଭାବେ କେଳାକଟା ଗ୍ରାମର ଗୌନ୍ତିଆ ପ୍ରଭାତ କୁମାର ପ୍ରଧାନ ତୁଳାଇଥିଲେ l ଏହି ଅବସରରେ ଏକ ସଭା ଆୟୋଜିତ ହୋଇଥିଲା l ଏଥିରେ ମାହେଶ୍ୱରୀ ଗୋଶାଳାର ଅଧକ୍ଷ ନିର୍ଗୁଣ ମହାକୁଡ଼ ସଭାପତିତ୍ୱ କରିଥିବାବେଳେ ମୁଖ୍ୟଅତିଥି ଭାବେ ବୌଦ୍ଧ ପଂଚାୟତ ମହାବିଦ୍ୟାଳୟର ଉଦ୍ଭିଦବିଜ୍ଞାନ ଅଧ୍ୟାପକ ତଥା ପରିବେଶବିତ ଡ଼. ପ୍ରବୀର କୁମାର ଦାସ ଯୋଗଦେଇ ଗୋପ, ମଥୁରା, ବୃନ୍ଦାବନ, ରାଧାନଗର, କୃଷ୍ଣମୋହନପୁରକୁ ନେଇ ରାଧାକୃଷ୍ଣ ଙ୍କ ଲୀଳାକ୍ଷେତ୍ର ସହିତ ପ୍ରସ୍ତାବିତ ନନ୍ଦନବନ ପ୍ରକଳ୍ପ ସହିତ ସାମିଲକରି 108 ଫୁଟ ବୁଦ୍ଧଦେବଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବା ପାଇଁ ଓଡିଶା ସରକାର ଓ ଭାରତ ସରକାର ପର୍ଯ୍ୟଟନ ବିଭାଗ ଦୃଷ୍ଟି ଦେବାକୁ ସଭାରେ ଅନୁରୋଧ କରାଯାଇଥିଲା l ମୁଖ୍ୟବକ୍ତା ଭାବେ ମାହେଶ୍ୱରୀ ଗୋଶାଳାର ସମ୍ପାଦକ କୃତ୍ତିବାସ ପଲିଆ ଯୋଗଦେଇ ଚଳିତ ବର୍ଷ ଏକ ରାଜ୍ୟସ୍ତରୀୟ ପଞ୍ଚଦୋଳ ମହୋତ୍ସବ ଆୟୋଜନ କରିବା ପାଇଁ ପ୍ରସ୍ତାବ ରଖିଥିଲେ l ଉକ୍ତ କାର୍ଯ୍ୟକ୍ରମ ଆୟୋଜନରେ ଗୋବର୍ଦ୍ଧନ କର୍ଣ୍ଣ, ଶେଷଦେବ ମେହେର, କାର୍ତ୍ତିକ ପ୍ରଧାନ, ବାଳଗୋପାଳ ବାଙ୍କ, ଭକ୍ତଶ୍ରୀ ପାତ୍ର, ମୀନକେତନ ପ୍ରଧାନ, ନିରଞ୍ଜନ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ l
ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର