October 24, 2025
Home » ବୌଦ୍ଧ ଗାୟତ୍ରୀ ପରିବାର ତରଫରୁ ଯଜ୍ଞ ପାଇଁ ଶକ୍ତି କଳସ ଶୋଭା ଯାତ୍ରା

ବୌଦ୍ଧ ଗାୟତ୍ରୀ ପରିବାର ତରଫରୁ ଯଜ୍ଞ ପାଇଁ ଶକ୍ତି କଳସ ଶୋଭା ଯାତ୍ରା

0
WhatsApp Image 2025-10-24 at 11.52.32 AM

ସୁବର୍ଣ୍ଣପୁର: ଅଖିଳ ବିଶ୍ଵ ଗାୟତ୍ରୀ ପରିବାର, ବୌଦ୍ଧ ଜିଲ୍ଲା ଶାଖା ତରଫରୁ ଗତ କାଲି ଅପରାହ୍ନ ୩ ଘଣ୍ଟା ସମୟରେ ବୌଦ୍ଧ ସହରର ବୁଟୁପାଲି ଠାରୁ ଏକ ବିରାଟ ଶକ୍ତି କଳସ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଛି। ଏହି ଶୋଭାଯାତ୍ରା କୁ ନଡ଼ିଆ ଭାଙ୍ଗି ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର ଶୁଭାରମ୍ଭ କରିଥିଲେ । ଆସନ୍ତା ଡ଼ିସେମ୍ବର ମାସ ୨୫ ତାରିଖ ରୁ ୨୮ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ୧୦୮ କୁଣ୍ଡୀୟ ଗାୟତ୍ରୀ ମହା ଯଜ୍ଞ ପାଇଁ ଶାନ୍ତିକୁଞ୍ଜ ହରିଦ୍ଵାରରୁ ଆସିଥିବା ଏହି ଶକ୍ତି କଳସକୁ ସହରର ସମସ୍ତ ସାହିକୁ ନେଇ ଲୋକମାନଙ୍କ ପାଖରେ ଯଜ୍ଞର ବାର୍ତ୍ତା ପ୍ରଦାନ କରଯାଇଥିଲା। ବୌଦ୍ଧ ଜିଲ୍ଲା ଇତିହାସରେ ପ୍ରଥମ ଥର ପାଇଁ ହେବାକୁ ଯାଉ ଥିବା ୧୦୮ କୁଣ୍ଡିୟ୍ ଯଜ୍ଞ ପାଇଁ ଅନୁଷ୍ଠିତ ଏହି ଶକ୍ତି କଳସ ଶୋଭାଯାତ୍ରାକୁ ସମସ୍ତ ଘର ଆଗରେ କଳସ ଓ ଦୀପ ବସାଇ ଲୋକ ମାନେ ସ୍ବାଗତ କରିବା ସହ ପୂଜନ କରିଥଲେ। ଏଥିରେ ଜିଲ୍ଲା ର ପ୍ରାୟ ସମସ୍ତ ଅଞ୍ଚଳରୁ ପ୍ରାୟ ୨୦୦ ରୁ ଉର୍ଦ୍ଧ୍ବ ସଦସ୍ୟ ଅଂଶ ଗ୍ରହଣ କରିଥିଲେ।

 

ଏହି ଗାୟତ୍ରୀ ମହା ଯଜ୍ଞ ର ସଫଳତା ପାଇଁ ସମସ୍ତ ପ୍ରକାର ସହଯୋଗ କରିବାକୁ ବୌଦ୍ଧ ବିଧାୟକ ତଥା ମୁଖ୍ୟ ସଚେତକ ସରୋଜ ପ୍ରଧାନ ତାଙ୍କର ଶୁଭେଛା ବାର୍ତ୍ତା ପ୍ରେରଣ କରିଥିଲେ । ଏହି ଶୋଭା ଯାତ୍ରାକୁ ପରିଚାଳନା କରିଥିଲେ ଗାୟତ୍ରୀ ପରିବାର ମୁଖ୍ୟ ଟ୍ରଷ୍ଟି ଡଃ ପ୍ରବୀର କୁମାର ଦାସ ଏବଂ ଜିଲ୍ଲା ସଂଯୋଜକ ଅଶ୍ୱିନୀ କୁମାର ପ୍ରଧାନ। ବରିଷ୍ଠ ସଦସ୍ୟ ନବୀନ ପ୍ରଧାନ, ହୃଦାନନ୍ଦ ମେହେର, ପ୍ରମୋଦ ଚାନ୍ଦ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ଯଜ୍ଞର ଆଭିମୁଖ୍ୟ ଓ ବାର୍ତ୍ତା ପ୍ରଚାର କରିଥିଲେ l ପ୍ୟାରି ମୋହନ ଶତପଥୀ, ନାରାୟଣ ନାହକ, ଶୁଭେନ୍ଦୁ ମହାକୁଡ , ପିତାମ୍ବର ମେହେର, ଗୀତାଞ୍ଜଳୀ ମେହର, ଅରୁଣା ରାଜୁ କଳସ ପୁଜନରେ ବହୁ ସହଯୋଗ କରିଥିଲେ l ପରିଶେଷରେ ସେହି ଶକ୍ତି କଳସ କୁ ବୌଦ୍ଧ ରାଜବାଟି ପାଖରେ ଥିବା ଗାୟତ୍ରୀ ଶକ୍ତି ପୀଠ ରେ ସଧାରଣ ଦର୍ଶନ ପାଇଁ ରଖାଯାଇଛି ଏବଂ ସେଠାରେ ଦୁଇ ମାସ ଧରି ଅଖଣ୍ଡ ଜପ ଓ ପ୍ରତିଦିନ ଯଜ୍ଞ ହେବ ବୋଲି ଯଜ୍ଞର ମୁଖ୍ୟ ସଂଯୋଜକ ଜଣାଇଛନ୍ତି l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *