ବୌଦ୍ଧ ଗାୟତ୍ରୀ ଶକ୍ତି ପୀଠ ରେ କନ୍ୟା ପୂଜନ

ସୁବର୍ଣ୍ଣପୁର — ଅଖିଳ ବିଶ୍ଵ ଗାୟତ୍ରୀ ପରିବାର ବୌଦ୍ଧ ଶାଖା ତରଫରୁ ବୌଦ୍ଧ ଠାରେ ଥିବା ଗାୟତ୍ରୀ ଶକ୍ତି ପୀଠ ପରିସରରେ ଶାରଦୀୟ ଦଶହରା ଅବସରରେ ନବରାତ୍ର ପୂର୍ଣ୍ଣାହୁତି ପର୍ବ ବହୁ ଆଡମ୍ବର ରେ ପାଳନ ହୋଇଯାଇଛି । ଏହି ଅବସରରେ ଆଶ୍ୱିନ ଶୁକ୍ଳପକ୍ଷ ପ୍ରଥମୀ ତିଥୀ ଠାରୁ ନବମୀ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ଯଜ୍ଞ , ସାମୁହିକ ଜପ, ଧ୍ୟାନ ଦ୍ଵାରା ଶକ୍ତି ସାଧନା କରା ଯାଇଥିଲା । ଶେଷ ନବମୀ ଦିନ ପୂର୍ଣ୍ଣାହୂତି ପର୍ବରେ ନବ କନ୍ୟା ପୂଜନ ମହାଧୁମ୍ ଧାମ ରେ କରାଯାଇଛି। ନଅ ରାତ୍ର ର ନଅଟି ଦେବୀ ଙ୍କ ପ୍ରତୀକ ସ୍ୱରୂପ ନଅଟି କୁମାରୀ କନ୍ୟା ଙ୍କୁ ମଞ୍ଚାସୀନ କରି ଚନ୍ଦନ, ଧୂପ, ପୁଷ୍ପ ଦେଇ ଆଳତି କରି ଭୋଗ ଅର୍ପଣ କରା ଯାଇଥିଲା। ଏଥିରେ ବୌଦ୍ଧ ସହରର ଗାୟତ୍ରୀ ପରିବାରର ସଦସ୍ୟ ଙ୍କ ସହ ଶତାଧିକ ମହିଳା ପୁରୁଷ ଭକ୍ତ ଯୋଗଦେଇ ସେହି କନ୍ୟା ମାନଙ୍କୁ ପୂଜା ଓ ପ୍ରଣାମ କରି ଆଶୀର୍ବାଦ ଲାଭ କରିଥିଲେ । ତା ସହିତ ସେମାନଙ୍କୁ ଫଳ, ମିଷ୍ଟାନ୍ନ ସହ ବହୁ ପ୍ରସାଧନ ସାମଗ୍ରୀ , ପଠନ ସାମଗ୍ରୀ ପ୍ରଦାନ କରିଥିଲେ । ଗାୟତ୍ରୀ ଶକ୍ତି ପୀଠ ର ମୂଖ୍ୟ ଟ୍ରଷ୍ଟି ଅଧ୍ୟାପକ ଡ଼. ପ୍ରବୀର କୁମାର ଦାସ ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରି ଗୁରୁ ପଣ୍ଡିତ ଶ୍ରୀରାମ ଶର୍ମା ଆଚାର୍ଯ୍ୟ ଙ୍କ ଦ୍ଵାରା ପ୍ରଚଳିତ ଭାରତୀୟ ସନାତନ ପରମ୍ପରା ରେ ଥିବା ନାରୀ ପୂଜନ, ନାରୀ ଯେ ଦେବୀ, ଏହାକୁ ପ୍ରତିପାଦିତ କରିବା ପାଇଁ ଏହି ପରମ୍ପରା ଆରମ୍ଭ କରିଥିଲେ ବୋଲି ସମସ୍ତଙ୍କୁ ବୁଝାଇ ଥିଲେ । ଯଜ୍ଞ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ ରୁକ୍ମିଣୀ ରାଜୁ ଓ ଗୀତାଞ୍ଜଳି ମେହେର । ପରିବ୍ରାଜକ ନାରାୟଣ ନାହକ , ସାବିତ୍ରୀ ପତ୍ର ଓ ଗୀତାଞ୍ଜଳି ପଟ୍ଟନାୟକ ଏଥିରେ ବହୁ ସହଯୋଗ କରିଥିଲେ। ଶେଷରେ ସମ୍ମିଳିତ ସମସ୍ତ ଭକ୍ତ ମାନେ ସାଧନା ଆରାଧନା କରି ନିଜର ବିଚାର କୁ ପରିବର୍ତନ କରି ସମାଜନିଷ୍ଠ, ସତ୍ୟନିଷ୍ଠ ହୋଇ ସମାଜରୁ ହିଂସା, ନିଶା, ଦ୍ୱେଷ ଦୁରକରି ଜାତି, ଧର୍ମ, ବର୍ଣ୍ଣ, ସମ୍ପ୍ରଦାୟ ଭିତରେ ଭେଦ ଭାବ ନରଖି ପ୍ରେମ, ଶାନ୍ତି , ସଦଭାବନା ବଜାୟ ରଖିବାକୁ ଶପଥ ନେଇଥିଲେ ।
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…