July 7, 2025
Home » ବୌଦ୍ଧ ଜିଲ୍ଲାରେ ଓଡ଼ିଆ ପକ୍ଷ ପାଳିତ : ଉପାନ୍ତ ଅଂଚଳ କଣ୍ଟାମାଳ ର କବିଙ୍କୁ ଉପେକ୍ଷା l

ବୌଦ୍ଧ ଜିଲ୍ଲାରେ ଓଡ଼ିଆ ପକ୍ଷ ପାଳିତ : ଉପାନ୍ତ ଅଂଚଳ କଣ୍ଟାମାଳ ର କବିଙ୍କୁ ଉପେକ୍ଷା l

0
WhatsApp Image 2025-04-12 at 3.53.14 PM

ସୁବର୍ଣ୍ଣପୁର —ଓଡ଼ିଶା ସରକାରଙ୍କ ପକ୍ଷରୁ ପାଳିତ ହେଉଥବା ଓଡ଼ିଆ ପକ୍ଷ ପ୍ରତ୍ୟେକ ଜିଲ୍ଲାରେ ପାଳିତ ହେବା ଆନନ୍ଦର କଥା I ବୌଦ୍ଧ ଜିଲ୍ଲାରେ ମଧ୍ୟ ପାଳିତ ହେଉଛି I ହେଲେ ଜିଲ୍ଲାସ୍ତରୀୟ ଅନେକ କାର୍ଯ୍ୟକ୍ରମ ଜିଲ୍ଲାର ପ୍ରତ୍ୟେକ ଅଞ୍ଚଳ ବ୍ଲକ, ତହସିଲ, ଗ୍ରାମ ପଞ୍ଚାୟତ ସ୍ତରକୁ ପହଞ୍ଚି ପାରୁନଥିବାର ପରିଲକ୍ଷିତ ହୁଏ I ଅନେକ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ କେବଳ ଜିଲ୍ଲା ସଦର ମହକୁମାରେ ସୀମିତ ରହିଯାଉଥିବାର ମନେହେଉଛି I ଗ୍ରାମାଞ୍ଚଳର କବି, ଲେଖକ, କଳାକାର ବିଶେଷ କରି ବୌଦ୍ଧ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ସାମିଲ ହୋଇପାରୁନାହାନ୍ତି I ଅନେକ କାର୍ଯ୍ୟକ୍ରମକୁ କିଛି ନିର୍ଦ୍ଦିଷ୍ଟ ମୁଷ୍ଟିମେୟ ବ୍ୟକ୍ତି ହାଇଜାକ କରି ନେଉଥିବାର ଦେଖାଯାଉଛି I ସରକାରୀ ଟଙ୍କାରେ କିଛି ଲୋକ ଆତ୍ମ ଵିଜ୍ଞାପନରେ ମାତିଥିବାର ଜଣାପଡୁଛି I ସବୁଠି ସେଇମାନଙ୍କ ମୁହଁ ସାମ୍ନାକୁ ଆସୁଛି I ସେମାନଙ୍କୁ ଛାଡ଼ି ଦେଲେ ବୋଧେ କିଛି କାର୍ଯ୍ୟକ୍ରମ ବୌଦ୍ଧରେ ଆଉ ହୋଇପାରିବ ନାହିଁ I ସାହିତ୍ୟରେ ସେମାନେ, ଇତିହାସରେ ସେମାନେ, ବିଜ୍ଞାନ କାର୍ଯ୍ୟକ୍ରମରେ ସେମାନେ, ରକ୍ତଦାନରେ ସେମାନେ, ଯାନୀଯାତ୍ରାରେ ସେମାନେ, ଜିଲ୍ଲା ପତ୍ରିକାରେ ସେମାନେ,ଜିଲ୍ଲା ମହୋତ୍ସବରେ ବି ସେମାନେ ସାମ୍ନାରେ ରହୁଥିବାର ଧାରଣାଟେ ସାରା ଜିଲ୍ଲାରେ ଆଜି ସୃଷ୍ଟି ହୋଇଛି I ଏପରିକି ବିଭିନ୍ନ ଦିବସ ଆଧାରିତ ବିଭିନ୍ନ ପ୍ରତିଯୋଗିତାରେ ମଧ୍ୟ ନିର୍ଦ୍ଦିଷ୍ଟ କେଇ ଜଣ ବିଚାରକ ରହି ପ୍ରିୟା ପ୍ରୀତିତୋଷଣରେ ଲିପ୍ତ ରହିଥାନ୍ତି I ଏଥିପାଇଁ ଦୁଇ ଜଣ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ଭୂମିକା ରହୁଥିବା ନେଇ ସାରା ଜିଲ୍ଲାରେ ଆଜି ଚର୍ଚ୍ଚାର ବିଷୟବସ୍ତୁ ପାଲଟିଛି I ଓଡିଶା ସରକାର ଙ୍କ ଓଡ଼ିଆ ଅସ୍ମିତା କଥା କହୁଥିବା ବେଳେ ଏମାନେ ହିଁ ତାହାକୁ ନିଜ କବ୍ଜା କୁ ନେଇ କୁଠାରଘାତ କରୁଥିବା ସଚେତନ ମହଲରେ ଚର୍ଚ୍ଚା ହୁଏ lବିଭିନ୍ନ କାର୍ଯ୍ୟକ୍ରମରେ ଜିଲ୍ଲାର କୋଣ ଅନୁକୋଣର ଅବହେଳିତ ବଣମଲ୍ଲୀମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ସବୁ କାର୍ଯ୍ୟକ୍ରମରେ ସାମିଲ କରାଯାଇପାରିଲେ ନିରପେକ୍ଷତା ଅବଲମ୍ବନ କରାଯାଇପାରନ୍ତା ବୋଲି ଜନସାଧାରଣରେ ଚର୍ଚ୍ଚା ହେଉଛି I

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *