August 26, 2025
Home » ବୌଦ୍ଧ ଜିଲ୍ଲାର କଳା, ସଂସ୍କୃତି ଓ ପର୍ଯ୍ୟଟନ ଉଚ୍ଚକୋଟୀର: ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ

ବୌଦ୍ଧ ଜିଲ୍ଲାର କଳା, ସଂସ୍କୃତି ଓ ପର୍ଯ୍ୟଟନ ଉଚ୍ଚକୋଟୀର: ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ

0
WhatsApp Image 2025-08-16 at 7.16.08 PM

ରାଜ୍ୟ ଉଚ୍ଚ ଶିକ୍ଷା ଓ କ୍ରୀଡା, ସଂସ୍କୃତି ଓ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଆଜି ଦିନିକିଆ ବୌଦ୍ଧ ଜିଲ୍ଲା ଗସ୍ତରେ ଆସି ପହଂଚିଛନ୍ତି । ଶନିବାର ସକାଳେ ମନ୍ତ୍ରୀ ସୂର୍ଯ୍ୟବଂଶୀ ବୌଦ୍ଧର ରାମେଶ୍ୱର ମନ୍ଦିରରେ ପହଂଚି ବାବା ରାମେଶ୍ୱର ଙ୍କ ଦର୍ଶନ କରିଥିଲେ । ଏଠାରେ ଥିବା ନାଲି ପଥରରେ ଅତ୍ୟନ୍ତ କାରୁକାର୍ଯ୍ୟ ପୂର୍ଣ୍ଣ ତିନୋଟି ମନ୍ଦିର ସହିତ ଗଡଜାତ ସମୟରେ ଅର୍ଦ୍ଧନିର୍ମିତ ହୋଇ ରହିଥିବା ମୁଖ୍ୟ ମନ୍ଦିର ବୁଲି ଦେଖିବା ସହ ଏଭଳି କାରୁକାର୍ଯ୍ୟ ଦେଖି ମନ୍ତ୍ରୀ ବେଶ ବିମୋହିତ ହୋଇଥିଲେ ।ପରେ ପରେ ମନ୍ତ୍ରୀ ମହାନଦୀ ଗର୍ଭରେ ଥିବା ମର୍ଯ୍ୟାକୁଦ ଦ୍ୱୀପର ଶେଷରେ ଥିବା କୁଲାରୀ କୁଦ ଇକୋରିଟ୍ରିଟକୁ ବୁଲି ଦେଖିବା ସହ ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟର ଭୁରି ଭୁରି ପ୍ରଶଂସା କରିଥିଲେ । ସେଠାରେ ଅତିଥି ବୃନ୍ଦ ବୃକ୍ଷ ରୋପଣ କରିଥିଲେ lଏହାଛଡ଼ା ବୌଦ୍ଧ ଜିଲ୍ଲା ସଂଗ୍ରହାଳୟକୁ ମନ୍ତ୍ରୀ ସୁରଜ ବୁଲି ରାଜା ରାଜୁଡା ସମୟରେ ବ୍ୟବହୃତ ପ୍ରାଚୀନ କୀର୍ତ୍ତିରାଜି, ଦୁର୍ଲଭ ଜିନିଷ ବୁଲି ଦେଖିବା ସହ ସଂଗ୍ରହlଳୟ ର ଉନ୍ନତି କରଣ ଦିଗରେ ପଦକ୍ଷେପ ନିଆଯିବ ବୋଲି ବ୍ୟକ୍ତ କରିଥିଲେ ଏବଂ ସେଠାରେ ପୂର୍ତ୍ତବିଭାଗ ର ଅଧିକାରୀ ମାନଙ୍କ ସହ ସଂଗ୍ରହା ଳୟ ର ଉନ୍ନତି କରଣ ଦିଗରେ ଡି ପି ଆର ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଆଜି ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବୌଦ୍ଧ ଜିଲ୍ଲା ଗସ୍ତ ଥିବା ବେଳେ ମନ୍ତ୍ରୀଙ୍କ ସହିତ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ, ବୌଦ୍ଧ ବିଧାୟକ ସରୋଜ କୁମାର ପ୍ରଧାନ, ଜିଲ୍ଲାପାଳ ବିଭୁତି ଭୂଷଣ ନାଏକ, ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ, ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ଉପ ଜିଲ୍ଲାପାଳ ବିନୟ କୁମାର ଭୋଇ, ବୌଦ୍ଧ ଜିଲ୍ଲା ଏଥଲେଟିକ ଆସୋସିଏସନର ସାଧାରଣ ସଂପାଦକ ଯୁଗଳ କିଶୋର ସାମଲ, ବିଜେପି ଜିଲ୍ଲା ସଭାପତି ପ୍ରେମାନନ୍ଦ ମିଶ୍ର, ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶି ପ୍ରତ୍ୟୁଷ ରଥ, ଓମ ପ୍ରକାଶ ମିଶ୍ର, ପ୍ରମୁଖ ଯୋଗଦେଇ ଉପରୋକ୍ତ ଅଞ୍ଚଳ ପରିଦର୍ଶନ କରିଥିଲେ । ଅପରାହ୍ନରେ ଉଚ୍ଚଶିକ୍ଷା ମନ୍ତ୍ରୀ ଓ ଅନ୍ୟାନ୍ୟ ଅତିଥି ମାନେ ବୌଦ୍ଧ ଜିଲ୍ଲା ଷ୍ଟାଡିୟମ, ସନ୍ତରଣାଗାର ପରିଦର୍ଶନ ସହ ଷ୍ଟାଡିୟମ ପଡିଆ ର ଉନ୍ନତିକରଣ ଦିଗରେ ଅତିଶୀଘ୍ର ପଦକ୍ଷେପ ନିଆଯିବ ବୋଲି ବ୍ୟକ୍ତ କରିଥିଲେ l ପରେ ପରେ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦାନ ପୂର୍ବକ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନ୍ତର୍ଗତ ବୃକ୍ଷରୋପଣ କରିଥିଲେ । ଏହି ଅବସରରେ ବୌଦ୍ଧ ପଞ୍ଚାୟତ କଲେଜକୁ ସରକାରୀ ସ୍ୱୀକୃତି ସହ ବିଭିନ୍ନ ସମସ୍ୟା ର ସମାଧାନ ପାଇଁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..

Leave a Reply

Your email address will not be published. Required fields are marked *