ବୌଦ୍ଧ ଜିଲ୍ଲାର ଚୂଡାନ୍ତ ଭୋଟର ତାଲିକା-୨୦୨୫ ପ୍ରକାଶିତ, ୩୪୧୦୨୬ ଜଣ ସମୁଦାୟ ଭୋଟର ଏବଂ ୮୬୨୬ ଜଣ ନୂତନ ଭୋଟର ।

ସୁବର୍ଣ୍ଣପୁର: ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସୋମବାର ଚୁଡାନ୍ତ ଭୋଟର ତାଲିକା-୨୦୨୫ ପ୍ରକାଶିତ ହୋଇଛି । ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ୮୫-କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ଭୋଟର ପଞ୍ଜୀକରଣ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ ଓ ୮୬-ବୌଦ୍ଧ ନିର୍ବାଚନ ମଣ୍ଡଳୀର ଭୋଟର ପଞ୍ଜୀକରଣ ଅଧିକାରୀ ତଥା ଉପ-ଜିଲ୍ଲାପାଳ ପ୍ରଭାସ ଚନ୍ଦ୍ର ଦଣ୍ଡସନା ଏହି ତାଲିକା ପ୍ରକାଶ କରିଥିଲେ । ଚୁଡାନ୍ତ ଭୋଟର ତାଲିକା ଅନୁସାରେ, ଜିଲ୍ଲା ର ମୋଟ ଭୋଟର ସଂଖ୍ୟା ୩ ଲକ୍ଷ ୪୧ ହଜାର ୨୬ । ତନ୍ମଧ୍ୟରୁ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ଭୋଟର ସଂଖ୍ୟା ମୋଟ ୧ ଲକ୍ଷ ୭୨ହଜାର ୩୨ ଏବଂ ବୌଦ୍ଧ ନିର୍ବାଚନ ମଣ୍ଡଳୀର ଭୋଟର ସଂଖ୍ୟା ମୋଟ ୧ ଲକ୍ଷ ୬୮ ହଜାର ୯୯୪ । ଏହି କାର୍ଯକ୍ରମ ରେ ଡେପୁଟି କଲେକ୍ଟର(ନିର୍ବାଚନ) ତୃପ୍ତିମୟୀ ଜେନା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂ, ସରୋଜ କୁମାର ବେହେରା, ବରିଷ୍ଠ ରାଜସ୍ୱ ସହାୟକ, ଜିତେନ୍ଦ୍ର କୁମାର ମେହେର, କନିଷ୍ଠ ରାଜସ୍ୱ ସହାୟକ, ମିତାଞ୍ଜଳି କହଁର , କନିଷ୍ଠ ରାଜସ୍ୱ ସହାୟକ ଏବଂ ରାଜନୈତିକ ଦଳ ବିଜେପି ପକ୍ଷରୁ ଜିଲ୍ଲା ସଭାପତି ବିପ୍ର ଚରଣ ମହାନ୍ତି, ବିଜେଡି ପକ୍ଷରୁ ଶୀତାଂଶୁ ମହାକୁଡ, କମ୍ଭୁଧର କ୍ଷେତି ଓ କଂଗ୍ରେସ ପକ୍ଷରୁ ସମରେଶ ମିଶ୍ର ଯୋଗ ଦେଇଥିଲେ ।
ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର