July 27, 2025
Home » ବୌଦ୍ଧ ଜିଲ୍ଲା ରେ ଜାତୀୟ ପରିସଂଖ୍ୟାନ ଦିବସ ପାଳିତ

ବୌଦ୍ଧ ଜିଲ୍ଲା ରେ ଜାତୀୟ ପରିସଂଖ୍ୟାନ ଦିବସ ପାଳିତ

0
WhatsApp Image 2025-06-30 at 4.45.22 PM

ସୁବର୍ଣ୍ଣପୁର— ବୌଦ୍ଧ ଡି. ପି .ଏମ୍. ୟୁ (ପରିସଂଖ୍ୟାନ ଶାଖା) ର ୧୯ ତମ ଜାତୀୟ ପରିସଂଖ୍ୟାନ ଦିବସ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ପାଳିତ ହୋଇଯାଇଛି। ଉକ୍ତ ଦିବସକୁ ଶ୍ରୀ ଅନିରୁଦ୍ଧ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ, ବୌଦ୍ଧ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ ଓ ଦେଶ ଗଢିବାରେ ପରିସଂଖ୍ୟାନ ର ମହତ୍ତ୍ଵ କୁ ଆଲୋକପାତ କରିଥିଲେ ଏବଂ ଡା. ସାନନ୍ଦ କୁମାର ଝାଙ୍କର୍, ଅଧ୍ୟାପକ ପରିସଂଖ୍ୟାନ ଓ ଶ୍ରୀ ଆଶୁତୋଷ ପ୍ରଧାନ, ଅଧ୍ୟାପକ ଅର୍ଥନୀତି ମୁଖ୍ୟ ବକ୍ତା ଭାବେ ଯୋଗଦେଇ ପରିସଂଖ୍ୟାନ ଓ ଅର୍ଥନୀତି ବିଷୟରେ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ। ଜିଲ୍ଲା ପ୍ରଶାସନ ତରଫରୁ ପଞ୍ଚାୟତ ବିଭାଗର ଉପବିଭାଗୀୟ ଅଧିକାରୀ ଶ୍ରୀ ମାନସ ରଞ୍ଜନ ସେଠୀ,ଶ୍ରୀ ନିରଞ୍ଜନ ପାଢ଼ୀ ଓ ସମସ୍ତ ପରିସଂଖ୍ୟାନ କର୍ମଚାରୀ ଯୋଗଦେଇଥିଲେ। ଉକ୍ତ ଦିବସକୁ ଶ୍ରୀ ସନ୍ତୋଷ କୁମାର ବେହେରା, ସହକାରୀ ପରିସଂଖ୍ୟାନ ଅଧିକାରୀ ଓ ଶ୍ରୀ ମୃତ୍ୟୁଞ୍ଜୟ ଷଡ଼ଙ୍ଗୀ, ବରିଷ୍ଠ ସହାୟକ ପରିଚାଳନା କରିଥିଲେ l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..

Leave a Reply

Your email address will not be published. Required fields are marked *