ବୌଦ୍ଧ ଜିଲ୍ଲା ରେ 33 ଟି କେନ୍ଦ୍ର ରେ ମ୍ୟାଟ୍ରିକ ବୋର୍ଡ ପରୀକ୍ଷା ଦେଲେ ଛାତ୍ର ଛାତ୍ରୀ
ସୁବର୍ଣ୍ଣପୁର —ମାଧ୍ୟମିକ ଶିକ୍ଷାପରିଷଦ ଓଡିଶା ପକ୍ଷରୁ ଆୟୋଜିତ ପରୀକ୍ଷା ବୌଦ୍ଧ ଜିଲ୍ଲାର 33 ଟି କେନ୍ଦ୍ରରେ ସୁଚାରୁ ରୂପେ ଗୁରୁବାର ଦିନ ମାତୃଭାଷା ଓଡ଼ିଆ ରୁ ଆରାମ୍ଭ ହୋଇଛି। ଉକ୍ତ ମ୍ୟାଟ୍ରିକ ପରୀକ୍ଷା ଫେବୃୟାରୀ 19ରୁ ମାର୍ଚ୍ଚ 3 ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ l ପ୍ରଥମ ଦିନରେ ପରୀକ୍ଷା ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳାବଦ୍ଧ ରେ ସମ୍ପନ୍ନ ହୋଇଥିବା ସୂଚନା ମିଳିଛି। ଜିଲ୍ଲାରେତିନୋଟି ବ୍ଲକ ର 33 ଗୋଟି ସେଣ୍ଟର ରେ ସମୁଦାୟ 6601 ଜଣ ରେଗୁଲାର ଓ 16ଜଣ ଏକ୍ସ ରେଗୁଲାର ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ଜିଲ୍ଲାର ହରଭଙ୍ଗା ବ୍ଲକ ରେ 8 ଟି ପରୀକ୍ଷା କେନ୍ଦ୍ରରେ ମୋଟ 1612 ଜଣ ପରୀକ୍ଷାର୍ଥୀ ମଧ୍ୟରୁ 1611 ଜଣ ରେଗୁଲାର ଓ 1ଜଣ ଏକ୍ସ ରେଗୁଲାର ଉପସ୍ଥିତ ହୋଇ ପରୀକ୍ଷା ଦେଇଛନ୍ତି। ଏହି ଆଠ ଗୋଟି ପରୀକ୍ଷା କେନ୍ଦ୍ର ମଧ୍ୟରୁ ବାବା ବୈଦ୍ୟନାଥ ନୋଡାଲ ହାଇସ୍କୁଲ ସରସରା ଠାରେ 226 ପରୀକ୍ଷାର୍ଥୀ, ୟୁ ଜି ହାଇସ୍କୁଲ ବାମଣ୍ଡା ରେ 182, ଗ୍ରାମପଞ୍ଚାୟତ ହାଇସ୍କୁଲ କୁସଙ୍ଗ ରେ 160,ସରକାରୀ ବାଳିକା ହାଇସ୍କୁଲ ବଡ଼ବନ୍ଧ ରେ 259 ଜଣ, ହରଭଙ୍ଗା ହାଇସ୍କୁଲ ରେ 241ଜଣ, ଲାଲ ବହାଦୁର ବିଦ୍ୟାପୀଠ ତିଲେଶ୍ୱର ଠାରେ 153,ପୁରୁଣାକଟକ ହାଇସ୍କୁଲ ରେ ରେଗୁଲାର 222ଓ ଏକ୍ସ ରେଗୁଲାର 1ଜଣ ସହିତ ସାଧୁ ଚରଣ ହାଇସ୍କୁଲ ବିରନରସିଂହ ପୁର ଠାରେ 168 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଜଣା ପଡିଛି lବ୍ଲକ ର ପ୍ରତ୍ୟେକ କେନ୍ଦ୍ରରେ ସିସିଟିଭି କ୍ୟାମେରା, ଫ୍ଲାଇଂ ସ୍କ୍ୱାଡ୍, ମ୍ୟାଜିଷ୍ଟ୍ରେଟ୍ ଓ ପୋଲିସ୍ ବ୍ୟବସ୍ଥା, ପାନୀୟ ଜଳ ରଖାଯାଇଛି। ପ୍ରଶ୍ନପତ୍ର ନିରାପଦ ଭାବେ ପହଞ୍ଚାଇବା ଓ ପ୍ରଶ୍ନ ପତ୍ର ସଠିକ ଭାବେ ବଣ୍ଟନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶେଷ ବ୍ୟବସ୍ଥା ହୋଇଛି l ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କହିବା ଅନୁସାରେ, କପି ରୋକିବାକୁ କଡା ନଜର ଓ ଶୂନ୍ୟ ସହନଶୀଳତା ନୀତି ଅନୁସରଣ କରାଯାଉଛି। ପରୀକ୍ଷାର୍ଥୀମାନେ ମଧ୍ୟ ଆତ୍ମବିଶ୍ୱାସ ସହିତ ପରୀକ୍ଷା ଦେଉଥିବା ଦେଖାଯାଇଛି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
