ବୌଦ୍ଧ ଜିଲ୍ଲା ସ୍ତରୀୟ କୁଇଜ୍ ପ୍ରତିଯୋଗିତା l

ସୁବର୍ଣ୍ଣପୁର– ବୌଦ୍ଧ ଜିଲ୍ଲା ସ୍ତରୀୟ ଏଚ ଆଇ ଭି /ଏଡ଼ସ ଏବଂ ଏସ ଟି ଆଇ /ଆର ଟି ଆଇ କୁଇଜ ପ୍ରତିଯୋଗିତା ଏ ଏନ ଏମ ଟି ସି ବୌଦ୍ଧ ଠାରେ ଓସାକ୍ସ ଓ ଜିଲ୍ଲା ଜୁନିୟର ରେଡ଼କ୍ରସ, ବୌଦ୍ଧ ଶାଖାର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି lକୁଇଜ଼ ପ୍ରତିଯୋଗିତାରେ ହରଭଙ୍ଗା ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ର ସୁଭାଶିଷ ବେହେରା ଓ ଓଡିଶା ଆଦର୍ଶ ବିଦ୍ୟାଳୟ,ମଣିପୁରର ଛାତ୍ର ବିଶ୍ଵରଞ୍ଜନ ଡାଙ୍ଗ ଉକ୍ତ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି l କାର୍ଯ୍ୟକ୍ରମରେ ଜିଲ୍ଲା ଯକ୍ଷ୍ମା ରୋଗ ତଥା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ନାରାୟଣ ପଶାୟତ,ରୋଗ ନିୟନ୍ତ୍ରଣ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଶାନ୍ତା ନିବେଦିତା,ଶାରୀରିକ ଶିକ୍ଷା ଅଧିକାରୀ ଆନନ୍ଦ କୁମାର ବେହେରା ,ଜୁନିୟର ରେଡ଼କ୍ରସ ଅଧକାରୀ ନବ କିଶୋର ଦୀପ, ଆଇ ସି ଟି ସି କର୍ମକର୍ତା ବନୋଜ କୁମାର ପ୍ରଧାନ, ପ୍ରମୋଦ କୁମାର ମହାରଣା, ଗୀତାଞ୍ଜଳି ସାହୁ ,ଧରଣୀଧର ମାହାର ତଥା ଜୁନିୟର ରେଡ଼କ୍ରସ ବ୍ଲକ ସଂଯୋଜକ ବନମାଳୀ ମେହେର, ମଞ୍ଜିତ ମୋହନ ଚାନ୍ଦ, ପ୍ରିୟମ୍ବଦା ସୁବୁଦ୍ଧି ଓ କାଉନସେଲର ଦଶରଥ ଭୋଇ,ପରେଶ କୁମାର ସାହୁ, ଲିନା ରାଉତରାୟ,ଟିକେଶ୍ବରୀ ବରିହା ଉପସ୍ଥିତ ଥିଲେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..