February 8, 2026
Home » ବୌଦ୍ଧ ପଞ୍ଚାୟତ ମହାବିଦ୍ଯାଳୟର ଜାତୀୟ ସେବା ଯୋଜନାର ଶୀତକାଳୀନ ଶିବିର ଉଦଘାଟିତ

ବୌଦ୍ଧ ପଞ୍ଚାୟତ ମହାବିଦ୍ଯାଳୟର ଜାତୀୟ ସେବା ଯୋଜନାର ଶୀତକାଳୀନ ଶିବିର ଉଦଘାଟିତ

0
WhatsApp Image 2026-01-08 at 3.07.17 PM

ବୌଦ୍ଧ ପଞ୍ଚାୟତ ମହାବିଦ୍ଯାଳୟର ଜାତୀୟ ସେବା ଯୋଜନାର ସାତ ଦିବସୀୟ ଶୀତକାଳୀନ ସ୍ବତନ୍ତ୍ର ଶିବିର ତା ୦୬.୦୧.୨୦୨୬ରୁ ତା ୦୧୩.୦୧.୨୦୨୬ରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁଥିବା କାର୍ଯ୍ୟକ୍ରମ ବର୍ତ୍ତମାନ ଉଦ୍ ଘାଟିତ ହୋଇଯାଇଛି ।ଏହି ଉଦ୍ ଘାଟନୀ ସଭାରେ ଜାତୀୟ ସେବା ଯୋଜନାର ମୁଖ୍ୟ କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀଯୁକ୍ତ ସୁରଜ କୁମାର ନାଏକଙ୍କ ପରିଚାଳନରେ ମହାବିଦ୍ଯାଳୟ କୋ. ୟୁନିଟ ତରଫରୁ ବୌଦ୍ଧ ଜିଲ୍ଲା ବଙ୍କାପଡା ଗ୍ରାମରେ ଶୀତକାଳୀନ ସାତଦିବସୀୟ ସ୍ବତନ୍ତ୍ର ଶିବିର ଆରମ୍ଭ ହୋଇଛି । ପ୍ରଥମ ଦିବସର ଉଦ୍ ଘାଟନୀ ସଭରେ ବୌଦ୍ଧ ପଞ୍ଚାୟତ ମହାବିଦ୍ଯାଳୟର ଅଧ୍ୟକ୍ଷ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସ୍ବେଚ୍ଛାସେବୀ ଶିବିରାର୍ଥୀମାନଙ୍କୁ ସେବାର ମହତ୍ବ ତଥା ଶିବିରର ଉଦ୍ଦେଶ୍ୟ ବିଷୟରେ ମାର୍ଗଦର୍ଶନ କରିଥିଲେ । ତାଙ୍କ ସହିତ ବୌଦ୍ଧ ପଞ୍ଚାୟତ ମହାବିଦ୍ଯାଳୟର ଇଂରାଜୀ ବିଭାଗର ବିଭାଗୀୟ ମୁଖ୍ୟ ଶ୍ରୀଯୁକ୍ତ ଭାଗ୍ୟବାନ ମହାକୁଡ, ରାଜନୀତି ବିଜ୍ଞାନ ବିଭାଗର ବିଭାଗୀୟ ମୁଖ୍ୟ ଡ. ସୁଜାତା ସାହୁ,ସଂସ୍କୃତ ବିଭାଗର ବିଭାଗୀୟ ମୁଖ୍ୟ ଶ୍ରୀଯୁକ୍ତ ପ୍ରତାପ କୁମାର ରଥ,ବଙ୍କାପଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସଭାକାର୍ଯ୍ୟରେ ଯୋଗଦେଇ ସ୍ବେଚ୍ଛାସେବୀମାନଙ୍କୁ ଶିବିର ର ଉପାଦେୟତା ବିଷୟରେ ମାର୍ଗଦର୍ଶନ କରିଥିଲେ । ଶେଷରେ ବୌଦ୍ଧ ପଞ୍ଚାୟତ ମହାବିଦ୍ଯାଳୟର ଇଂରାଜୀ ବିଭାଗର ଅଧ୍ୟାପିକା ତଥା ଜାତୀୟ ସେବା ଯୋଜନାର ସହଯୋଗୀ ସଂଚାଳିକା ସୁଶ୍ରୀ କଲ୍ଯାଣୀ ଦେବୀ ସୁନାନୀ ଧନ୍ଯବାଦ ଅର୍ପଣ କରିଥିଲେ ।

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *