ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ବିଦାୟ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ।

ସୁବର୍ଣ୍ଣପୁର — ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ପରିସରରେ ଓଡିଆ ଭାଷା ଓ ସାହିତ୍ୟ ବିଭାଗ ତରଫରୁ ଯୁକ୍ତ ତିନି ଶେଷବର୍ଷର ଛାତ୍ରଛାତ୍ରୀମାନଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମହାବିଦ୍ୟାଳୟର ବିଭାଗୀୟ ମୁଖ୍ୟ ଡ. ଶରତ ଚନ୍ଦ୍ର ପତି ମହୋଦୟଙ୍କ ସଭାପତିତ୍ବରେ ଆୟୋଜିତ ଏହି ସମାରୋହରେ ମୁଖ୍ୟ ଅତିଥି ଭାବରେ ବୌଦ୍ଧ ପଞ୍ଚାୟତ ମହାବିଦ୍ଯାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ନିରଞ୍ଜନ ମିଶ୍ର ମହୋଦୟ ଯୋଗଦେଇ ଛାତ୍ରଛତ୍ରୀ ମାନଙ୍କ ଉତ୍ତୋରତ୍ତର ମଙ୍ଗଳ କାମନା ସହିତ ଉତ୍ତମ ଚରିତ୍ର ଗଠନ ଉପରେ ଗୁରୁତ୍ବଦେଇ ନିଜର ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ଅଧ୍ୟାପିକା ବାସନ୍ତି ପଧାନ, ଅଧ୍ୟାପକ ତ୍ରୀନାଥ ରଣା, ଅଧ୍ୟାପିକା ଜାହ୍ନବୀ ଡୁଙ୍ଗୁରି ଉପସ୍ଥିତ ରହିଥିଲେ । ଯୁକ୍ତ ତିନି ଦ୍ବିତୀୟ ବର୍ଷର ଛାତ୍ରୀ ଅର୍ପିତା ଦାସ ସଭାକାର୍ଯ୍ୟ ପରିଚାଳନା କରିଥିବା ବେଳେ ଯୁକ୍ତ ତିନି ଦ୍ବିତୀୟ ବର୍ଷର ଛାତ୍ର ପ୍ରବୀଣ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ବିଦାୟକାଳୀନ ସମାରୋହକୁ ସ୍ମରଣୀୟ କରିବାରେ ବିଭାଗର ସମସ୍ତ ଛାତ୍ରଛାତ୍ରୀ ସହଯୋଗ କରି ସଭାକାର୍ଯ୍ୟକୁ ସଫଳ କରିଥିଲେ ।
ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର