ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ରେ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ
ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ପରିସରରେ ମହାବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ବିଭାଗୀୟ ମୁଖ୍ୟ ଡ. ଶରତ ଚନ୍ଦ୍ର ପତିଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ଅଧ୍ୟାପିକା ସୁଶ୍ରୀ ବାସନ୍ତୀ ପଧାନଙ୍କ ସଭାପତିତ୍ୱରେ ଆୟୋଜିତ ସମାରୋହରେ ଡ. ପତି ଙ୍କ ବ୍ୟକ୍ତିତ୍ୱ ବର୍ଣ୍ଣନା କରିବା ସହିତ ଓଡ଼ିଆ ବିଭାଗ ପାଇଁ ତାଙ୍କର ଅନୁପସ୍ଥିତ ଏକ ଅପୂରଣୀୟ କ୍ଷତି ବୋଲି ଅବଗତ କରିଥିଲେ । ତାଙ୍କ ସହିତ ମୁଖ୍ୟଅତିଥି ଭାବରେ ରାଜନୀତି ବିଭାଗର ମୁଖ୍ୟ ଡ. ସୁଜାତା ସାହୁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଇଂରାଜୀ ବିଭାଗର ବିଭାଗୀୟ ମୁଖ୍ୟ ଭାଗ୍ୟବାନ ମହାକୁର , ସଂସ୍କୃତ ବିଭାଗର ବିଭାଗୀୟ ମୁଖ୍ୟ ପ୍ରତାପ କୁମାର ରଥ, ଓଡ଼ିଆ ବିଭାଗର ଅଧ୍ୟାପକ ତ୍ରିନାଥ ରଣା ଓ ଅଧ୍ୟାପିକା ସୁଶ୍ରୀ ଜାହ୍ନବୀ ଡୁଙ୍ଗୁରି ଯୋଗ ଦେଇ ଡ.ପତି ଙ୍କ ସହିତ ବିଗତ ଦିନ ଗୁଡିକରେ ଅତିବାହିତ କରିଥିବା ମଧୁର ସ୍ମୃତି ଚାରଣ କରିଥିଲେ । ଏହି ବିଦାୟ କାଳୀନ ସଭାରେ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ରେ ପାଠପଢ଼ି ମଣିଷ ହୋଇଥିବା ପୁରାତନ ଛାତ୍ର ଛାତ୍ରୀ ମାନେ ତଥା ମହାବିଦ୍ୟାଳୟରେ କାର୍ଯ୍ୟରତ ବିଭିନ୍ନ ବିଭାଗର ଅଧ୍ୟାପକ ଅଧ୍ୟାପିକା ତଥା କର୍ମଚାରୀ ବୃନ୍ଦ ବହୁମାତ୍ରାରେ ଯୋଗ ଦେଇ ଡ. ପତିଙ୍କ ବିଗତ ଦିନ ଗୁଡ଼ିକ ମନେ ପକାଇ ଥିଲେ । ଏହି ଅବସରରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ତରଫ ରୁ “ସ୍ମୃତିର ସୁବର୍ଣ୍ଣ ପୃଷ୍ଠା” ଏକ ସ୍ମରଣିକା ଉନ୍ମୋଚନ ହୋଇଥିଲା । ଡ. ପତିଙ୍କ ବିଦାୟ କାଳୀନ ସଭାକୁ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ଯୁକ୍ତ ତିନି ଶେଷ ବର୍ଷର ଛାତ୍ର ନୀତିଶ କୁମାର ଭୋଇ ଓ ଦ୍ୱିତୀୟ ବର୍ଷର ଛାତ୍ରୀ ମଧୁସ୍ମିତା ମେହେର ପରିଚାଳନା କରିଥିବା ବେଳେ ଯୁକ୍ତ ତିନି ଶେଷ ବର୍ଷର ଛାତ୍ର ପ୍ରବୀଣ ସେଠୀ, ଧନ୍ୟବାଦ୍ ଅର୍ପଣ କରିଥିଲେ । ଶେଷ ରେ ସମସ୍ତ ଛାତ୍ର ଛାତ୍ରୀ ମିଶି ଏକ ବିରାଟ ଶୋଭାଯାତ୍ରା ରେ ବାହାରି ଡ. ପତିଙ୍କୁ ତାଙ୍କ ବାସଭବନ ପର୍ଯ୍ୟନ୍ତ ଯାଇ ବିଦାୟ ଦେଇଥିଲେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
