July 5, 2025
Home » ବୌଦ୍ଧ ବୁଣାକାର ହାଟ ପରିଦର୍ଶନ କଲେ ଉପ -ଜିଲ୍ଲାପାଳ ପ୍ରବୀଣ କୁମାର ବାଣୁଆ

ବୌଦ୍ଧ ବୁଣାକାର ହାଟ ପରିଦର୍ଶନ କଲେ ଉପ -ଜିଲ୍ଲାପାଳ ପ୍ରବୀଣ କୁମାର ବାଣୁଆ

0
WhatsApp Image 2025-02-16 at 6.05.29 PM

l
ସୁବର୍ଣ୍ଣପୁର —ରବିବାର ଦିନ ବୌଦ୍ଧ ନିୟନ୍ତ୍ରିତ ବଜାର କମିଟିର ଆଦର୍ଶ କୃଷି ବଜାର ପରିସରରେ ଚାଲିଥିବା ସାପ୍ତାହିକ ବୁଣାକାର ହାଟକୁ ପରିଦର୍ଶନ କରିଛନ୍ତି ଉପ- ଜିଲ୍ଲାପାଳ ତଥା ବୌଦ୍ଧ ନିୟନ୍ତ୍ରିତ ବଜାର କମିଟିର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରବୀଣ କୁମାର ବାଣୁଆ l ଶ୍ରୀ ବାଣୁଆ ବୌଦ୍ଧ ତଥା ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାର ବୁଣାକାର ମାନଙ୍କ ଦ୍ବାରା ହସ୍ତ ତନ୍ତରେ ନିର୍ମିତ ହୋଇଥିବା ସୂତା ଶାଢୀ, ପାଟଶାଢ଼ୀ ର ବଜାରକୁ ବୁଲି ଦେଖିଥିଲେ l

ଏଥି ସହିତ ବଜାରକୁ ବିକ୍ରୟ ପାଇଁ ଲୁଗା ଆଣିଥିବା ବୁଣାକାର ଓ ଗ୍ରାହକ ମାନଙ୍କ ସହ ଆଲୋଚନା କରିଥିଲେ l ଆଜି ବୁଣାକାର ହାଟ ରେ ଉଭୟ କ୍ରେତା ଏବଂ ବିକ୍ରେତା ଙ୍କ ଭିଡ଼ ଦେଖି ଖୁସି ବ୍ୟକ୍ତ କରିଥିଲେ | ସେହିପରି ହାଟ ପରିସରରେ ଚାଲିଥିବା ମିଶନ୍ ଶକ୍ତି କାଫେକୁ ମଧ୍ୟ ପରିଦର୍ଶନ କରି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ର ସଦସ୍ୟାଙ୍କ ସହ କାଫେ ର ସ୍ୱଚ୍ଛତା, ପାରିପାର୍ଶ୍ଵିକ ସ୍ଥିତି ଅନୁଧ୍ୟାନ କରିବା ସହ ବ୍ୟବସାୟ, ସେଥି ରୁ ମିଳୁଥିବା ଲାଭ ଆଦି ସମ୍ପର୍କ ରେ ବାର୍ତ୍ତାଳାପ କରିଥିଲେ | ଉପ- ଜିଲ୍ଲାପାଳଙ୍କ ପରିଦର୍ଶନ ସମୟରେ ସେକ୍ରେଟେରୀ, ଆର ଏମ ସି, ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ ଙ୍କ ସମେତ ନିୟନ୍ତ୍ରିତ ବଜାର କମିଟିର କର୍ମଚାରୀ ମାନେ ଉପସ୍ଥିତ ଥିଲେ l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *