ବୌଦ୍ଧ ରେ ଉଦ୍ୟମିତା ପ୍ରୋତ୍ସାହନ ସମ୍ମିଳନୀ ଅନୁଷ୍ଠିତ l

ସୁବର୍ଣ୍ଣପୁର — ପାଠ ପଢିବା ଚାକିରି ଲକ୍ଷ୍ୟରେ ନହୋଇ ସ୍ୱାବଲମ୍ବନ ଉଦ୍ଦେଶ୍ୟରେ ହେଉ l ତେବେଯାଇ ନିରାମୟ ଜୀବନ ବଞ୍ଚିପାରିବେ ଓ ବୈଭବଶାଳୀ ରାଷ୍ଟ୍ର ଗଠନ ସ୍ବପ୍ନ ସାକାର ହୋଇପାରିବ ବୋଲି ବୌଦ୍ଧ ସରସ୍ବତୀ ଶିଶୁମନ୍ଦିର ଠାରେ ଆଜି ଆୟୋଜିତ ଉଦ୍ୟମିତା ପ୍ରୋତ୍ସାହନ ସମ୍ମିଳନୀରେ ବିଦ୍ୟର୍ଥୀ ମାନଙ୍କୁ ଅତିଥି ମାନେ ପରାମର୍ଶ ଦେଇଥିଲେ l କାର୍ଯ୍ୟକ୍ରରେ ଅତିଥିଭାବେ ଜ଼ିଲ୍ଲା ସଂଘ ଚାଳକ ସୂର୍ଯ୍ୟକାନ୍ତ ଦଳବେହେରା ଓ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀବତ୍ସ ମିଶ୍ର ଯୋଗଦେଇଥିବାବେଳେ ବକ୍ତାଭାବେ ସ୍ବେଦଶୀ ଜାଗରଣ ମଞ୍ଚର ଜ଼ିଲ୍ଲା ସଂଯୋଜକ ରଘୁନାଥ ଷଡ଼ଙ୍ଗୀ ଯୋଗ ଦେଇ ବିଦ୍ୟାଳୟର ନବମ, ଦଶମ ଶ୍ରେଣୀ ବିଦ୍ୟାର୍ଥୀଙ୍କୁ ସ୍ବେଦେଶୀ ଆପଣେଇବା ଓ ସ୍ୱାବଲମ୍ବନ ହେବାପାଇଁ ଆହ୍ୱାନ ଦେଇଥିଲେ l କାର୍ଯ୍ୟକ୍ରମରେ ବିଦ୍ୟାଳୟର ଗୁରୁଜୀ ଗୁରୁମା ମାନେ ସହଯୋଗ କରିଥିଲେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…