ବୌଦ୍ଧ ରେ ଜିଲ୍ଲା ସ୍ତରୀୟ ବିଶ୍ବ ପ୍ରାଣୀ ଚିକିତ୍ସl ଦିବସ ପାଳିତ

l ସୁବର୍ଣ୍ଣପୁର –ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ର ସଦଭାବନା ସଭାଗୃହ ଠାରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସlଧିକାରୀ ଡାକ୍ତର ରାମାରାଓ ପାଲୋଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ବିଶ୍ବ ପ୍ରାଣୀ ଚିକିତ୍ସl ଦିବସ ପାଳିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଦେଇଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ଦେଇଥିଲେ | ଏଥିରେ ପ୍ରାଣୀ ଚିକିତ୍ସl ସେବା ବୃତ୍ତିର ଲକ୍ଷ ଓ ଉଦ୍ଦେଶ୍ୟ ବିଷୟରେ ଆଲୋଚନା କରାଯାଇଥିଲା l ପ୍ରାଣୀଧନ ବିଭାଗର ଅଧିକାରୀ, କର୍ମଚାରୀ, ଚାଷୀ ପ୍ରାଣୀଧନ ନିରୀକ୍ଷକ, କୃତ୍ରିମ ପ୍ରଜନନ ଟେକନିସିଆନ୍ ମାନେ ଯୋଗ ଦେଇଥିଲେ | ଉକ୍ତ ଅବସରରେ 5 ଜଣ ପ୍ରାଣୀ ପାଳନ କରିଥିବା ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ 5 ଜଣ ହିତାଧିକାରୀଙ୍କୁ ସରକାରୀ ଯୋଜନାର କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା l ଜିଲ୍ଲା ପ୍ରଶିକ୍ଷଣ ସଂଯୋଜିକା ଡାକ୍ତର ସଂଘମିତ୍ରା ପରମାଣିକ୍ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବା ବେଳେ ଉପଖଣ୍ଡ ପ୍ରାଣୀ ଚିକିତ୍ସl ଅଧିକାରୀ ଡାକ୍ତର ତପନ କୁମାର ଦ୍ୱିବେଦୀ ଧନ୍ୟବାଦ ଅର୍ପଣ କରିଥିଲେ |
ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର