December 23, 2025
Home » ବୌଦ୍ଧ ସହର ଗଙ୍ଗାଧର ବସ୍ତି ରେ ବିଜୟା ଦଶମୀ ଉତ୍ସବ ଅନୁଷ୍ଠିତ

ବୌଦ୍ଧ ସହର ଗଙ୍ଗାଧର ବସ୍ତି ରେ ବିଜୟା ଦଶମୀ ଉତ୍ସବ ଅନୁଷ୍ଠିତ

0
WhatsApp Image 2025-10-01 at 9.23.22 AM

ସୁବର୍ଣ୍ଣପୁର – ଗତକାଲି ଅପରାହ୍ନରେ ବୌଦ୍ଧ ସହରର ଗଙ୍ଗାଧର ବସ୍ତି ହାଇସ୍କୁଲ ପଡିଆଠlରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ପକ୍ଷରୁ ବିଜୟା ଦଶମୀ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି l ଜିଲ୍ଲା ସଂଘ ଚାଳକ ସୂର୍ଯ୍ୟକାନ୍ତ ଦଳବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ବିଶିଷ୍ଟ ସମାଜସେବୀ ଲିଙ୍ଗରାଜ ମେହେର ଯୋଗ ଦେଇଥିଲେ | ମୁଖ୍ୟ ବକ୍ତା ଭାବରେ ଜିଲ୍ଲା ସଦଭାବନା ସମିତି ପ୍ରମୁଖ ଅକ୍ଷୟ କୁମାର ମହାକୁଡ ଯୋଗ ଦେଇ ଅସ୍ତ୍ର ପୂଜନ କରିଥିଲେ l ସଂଘର ଶତାବ୍ଦୀ ବର୍ଷରେ ବର୍ଷତମାମ ଅନୁଷ୍ଠିତ ହେବାକୁ ଥିବା ସାତଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେବାସହ ଏକ ଶୃଙ୍ଖଳିତ ସମାଜ ଗଠନ ପାଇଁ ପଞ୍ଚ ପରିବର୍ତ୍ତନ ଆପଣେଇବା ନିମନ୍ତେ ଅlଶାପ୍ରକଟ କରିଥିଲେ l ନଗର କାର୍ଯ୍ୟବାହ ଦିଲ୍ଲିପ କୁମାର ସାହୁ ମଞ୍ଚ ପରିଚାଳନା କରିଥିବାବେଳେ ଜ଼ିଲ୍ଲା ଶାରୀରିକ ପ୍ରମୁଖ ମୁଖ୍ୟ ଶିକ୍ଷକ, ଜ଼ିଲ୍ଲା ସହ ବ୍ୟବସ୍ଥା ପ୍ରମୁଖ ପଦ୍ମ ଚରଣ ମେହେର ପ୍ରାର୍ଥନା, ଜ଼ିଲ୍ଲା ପର୍ଯ୍ୟାବରଣ ପ୍ରମୁଖ ଲଷ୍ମୀକାନ୍ତ ଯାନୀ ସାମୁହିକ ଗୀତ, ଦେବାନନ୍ଦ ସାହୁ ଅମୃତ ବଚନ ଓ ଜ଼ିଲ୍ଲା ପ୍ରଚାର ପ୍ରମୁଖ ବ୍ୟକ୍ତିଗତ ଗୀତ ଗାନ କରିଥିଲେ l କାର୍ଯ୍ୟକ୍ରମରେ ସାମିଲ ସ୍ବୟଂସେବକ ମାନେ ସୂର୍ଯ୍ୟନମସ୍କାର, ଆସନ, ବ୍ୟlୟାମ ପ୍ରଦର୍ଶନ କରିଥିଲେ l କାର୍ଯ୍ୟବାହ ଶ୍ରୀସାହୁ ଧନ୍ୟବାଦ ଅର୍ପଣ କରିଥିଲେ lଉକ୍ତ କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ସମସ୍ତ କର୍ମକର୍ତ୍ତା, ସେବିକା ସମିତି କାର୍ଯ୍ୟକର୍ତ୍ତା, ମାତୃଶକ୍ତି, ବୁଦ୍ଧିଜୀବୀ, ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *