ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟର ୧୯୯୩ ବ୍ୟାଚର ବନ୍ଧୁ ମିଳନ
ନୟାଗଡ : ନୟାଗଡ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ, ୧୯୯୩ ବ୍ୟାଚର ବନ୍ଧୁ ମିଳନ ତା୪/୧/୧୦୨୬ ରିଖରେ ମହର୍ଷି ରାସ୍ତା ରାଜଶ୍ରୀ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି ।୭୦ରୁ ଉର୍ଦ୍ଧ ପୁରାତନ ଛାତ୍ର ଏହି ବନ୍ଦୁ ମିଳନ ଯୋଗଦେଇଥିଲେ ।ତାଙ୍କ ମଧ୍ୟରେ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ କିଶୋର ଚନ୍ଦ୍ର ପଟ୍ଟନାୟକ ଏବଂ ଶ୍ରୀ ବିଭୁଦତ୍ତ ମହାପାତ୍ର ଯୋଗଦେଇ, ପୁରୁଣା ସ୍ମୃତି, ଶିକ୍ଷକ ଏବଂ ଛାତ୍ର ମାନଙ୍କ ମଧ୍ୟରେ ଗୁରୁ ଶିଷ୍ୟ ପରମ୍ପରା ଓ ଭାବବିନିମୟ ସମସ୍ତଙ୍କୁ ବହୁତ ଆନନ୍ଦ ଓ ଖୁସି ଦେଇଥିଲା ।ପୁରାତନ ଛାତ୍ରମାନେ ବହୁଦିନ ପରେ ଦେଖା ସାକ୍ଷାତ ଯୋଗୁଁ ଆନନ୍ଦରେ ବିଭୋର ହୋଇଥିଲେ ।ଆସନ୍ତା ବର୍ଷକୁ ସମସ୍ତ ପରିବାରକୁ ନେଇ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆୟୋଜନ କରିବାପାଇଁ ପ୍ରସ୍ତାବ ରଖାଯାଇଥିଲା ।ପ୍ରଦୀପ୍ତ ପ୍ରକାଶ ଆଚାର୍ଯ୍ୟ ଏହି କାର୍ଯ୍ୟକ୍ରମର ଆୟୋଜନର ମୁଖ୍ୟ ପୁରୋଧା ଥିଲେ ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।
